‘ବୀରେ ଦି ୱେଡିଂ’ପରେ ସଂଜୟ ଦତ୍ତଙ୍କ ଝିଅ ହେବେ ସ୍ୱରା, ରାଜନୈତିକ ଡ୍ରାମାରେ ଭରା ଏହି ଫିଲ୍ମ ।
‘ନିଲ ବଟେ ସନ୍ନାଟା’ଏବଂ ‘ଅନାରକଲି ଅଫ ନାରା’ଭଳି ଫିଲ୍ମରେ ମୁଖ୍ୟ ଭୁମିକାରେ ଦର୍ଶକଙ୍କ ହୃଦୟ ଜିତି ଥିବା ଅଭିନେତ୍ରୀ ସ୍ୱରା ଭାସ୍କର ଏବେ ସଂଜୟ ଦତ୍ତଙ୍କ ଝିଅ ଭୂମିକାରେ ନଜର ଆସିବେ । ସେହି ଫିଲ୍ମରେ ସଂଜୟ ଦତ୍ତ, ମନିଷା କୋଇରାଲା ଏବଂ ଜ୍ୟାକି ଶ୍ରଫଙ୍କ ଭଳି କଳାକାର ଦେଖିବାକୁ ମିଳିବେ ।
୨୦୧୦ରେ ଆସିଥିବା ‘ପ୍ରସ୍ଥାନମ’ଫିଲ୍ମର ହିନ୍ଦୀ ଫିଲ୍ମରେ ନଜର ଆସିବେ ଏହି ସମସ୍ତ କଳାକାର । ଏଥିରେ ସ୍ୱରା ସଂଜୟ ଦତ୍ତଙ୍କ ସାବତ ଝିଅ ରୁପେ ନଜର ଆସିବେ ।
ଅଲି ଫଜଲ ଏହି ଫିଲ୍ମରେ ସଂଜୟଙ୍କ ପୁଅ ହୋଇଛନ୍ତି । ଏହି ରାଜନୈତିକ ଡ୍ରାମା ଫିଲ୍ମର ନିର୍ମାଶ ନିଜେ ସଂଜୟ କରୁଛନ୍ତି ।