Only for Entertainment

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ୩ଟି ଭିନ୍ନ ସ୍ୱାଦର ବଲିଉଡ ଫିଲ୍ମ

abp news
0 36

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ୩ଟି ଭିନ୍ନ ସ୍ୱାଦର ବଲିଉଡ୍ ଫିଲ୍ମ । ଏଥର ବକ୍ସ ଅଫିସରେ ସାମ୍ନା ସାମ୍ନି ହୋଇଛନ୍ତି ସୋନମ୍ କପୁର୍ ଓ ଭାଇ ହର୍ଷବର୍ଦ୍ଧନ କପୁର୍ । କାରଣ ଗୋଟିଏ ପଟେ ରିଲିଜ୍ ହୋଇଛି ‘ବିରେ ଦି ୱେଡିଂ’ । ଯେଉଁଥିରେ ଅଭିନେତ୍ରୀ କରୀନା କପୁର୍ ଖାନ୍, ସୋନମ୍ କପୁର୍, ସ୍ୱରା ଭାଷ୍କର୍ ଏବଂ ଶିଖା ତଲସାନିଆଙ୍କୁ ମୁଖ୍ୟ ଭୂିମିକାରେ ଦେଖିବାକୁ ମିଳିଛି । ଅନ୍ୟପଟେ ଆସିଛି ଚଳଚ୍ଚିତ୍ର ଭାବେଶ ଯୋଶୀ ସୁପର୍ହିରୋ । ଫିଲ୍ମରେ ଦେଶୀ ସୁପର୍ହିରୋ ଭାବେ ନଜର ଆସିଛନ୍ତି ଅଭିନେତା ହର୍ଷବର୍ଦ୍ଧନ କପୁର । ଏହି ଦୁଇଟି ସିନେମା ବ୍ୟତୀତ ପଲିଟିକାଲ୍ ଡ୍ରାମା ଫିଲ୍ମ ‘ଫେମସ୍’ ମଧ୍ୟ ମୁକ୍ତିଲାଭ କରିଛି ।

ବଲିଉଡ୍ ଡ୍ରାମା ଫିଲ୍ମ ‘ବିରେ ଦି ୱେଡିଂ’ ୪ଜଣ ସାଙ୍ଗକୁ ନେଇ ଗତିଶୀଳ ହୋଇଛି । କାଲନ୍ଦୀ, ଅବନୀ, ସାକ୍ଷୀ ଏବଂ ମୀରା । ସବୁବେଳେ ଏକାଠି ରୁହନ୍ତି । ମଜା ମସ୍ତି ସହ ନିଜ ଜୀବନ କାଟନ୍ତି । ହେଲେ ମାରେଜ୍ ନାମରେ ରାଗି ଜାଆନ୍ତି । ଆଉ ସମାଜ ସବୁବେଳେ ଏମାନଙ୍କୁ ବିବାହ ନେଇ ମାରିଥାଏ ତାନା । ଫିଲ୍ମଟି ୱର୍କିଂ ୱିମେନଙ୍କ ଉପରେ ଆଧାରିତ ହୋଇଛି । କମେଡି – ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଥିବା ଏମିତି ଏକ ଫିଲ୍ମ ବିରେ ଦି ୱେଡିଂର ନିର୍ଦ୍ଦେଶନା ଦେଇଛନ୍ତି ସଶାଙ୍କ ଘୋଷ ଏବଂ ପ୍ରଯୋଜନା କରିଛନ୍ତି ରିହା କପୁର୍ ଓ ଏକତା କପୁର । ଫିଲ୍ମରେ କାଲନ୍ଦୀ ଚରିତ୍ରରେ କରିନା କପୁର ଖାନ୍, ଅବନୀ ଚରିତ୍ରରେ ସୋନମ କପୁର, ସାକ୍ଷୀ ଚରିତ୍ରରେ ସ୍ୱରା ଭାଷ୍କର୍ ଏବଂ ମୀରା ଚରିତ୍ରରେ ସିଖା ତଲସାନିଆଙ୍କୁ ଦେଖିବାକୁ ମିଳିଛି । କମେଡି – ଡ୍ରାମା କାହାଣୀ ସହ ମନଛୁଆଁ ଗୀତ ମଧ୍ୟ ସ୍ଥାନ ପାଇଛି ଏହି ସିନେମାରେ । ଫିଲ୍ମରେ ଥିବା ଏକ ପ୍ରମୋସନାଲ୍ ଗୀତ ତରିଫାଁ ହିଟ୍ ହୋଇ ସାରିଛି । ଏହି ଗୀତକୁ ଗାଇଛନ୍ତି ବାଦଶାହ । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଭଉଣୀ ସୋନମ୍ କପୁରଙ୍କୁ ଟକ୍କର୍ ଦେବା ପାଇଁ ଭାଇ ହର୍ଷବର୍ଦ୍ଧନ କପୁର୍ ମଧ୍ୟ ଭେଟି ଦେଇଛନ୍ତି ନିଜର ଦ୍ୱିତୀୟ ଫିଲ୍ମ ‘ଭାବେଶ ଯୋଶୀ ସୁପରହିରୋ’ । ମୁମ୍ବାଇର ସୁପରହିରୋ ଭାବେଶ ଯୋଶୀ ଭାବେ ଏକ ପୁସ୍ତିକା ବେଶ ଲୋକପ୍ରିୟ ହୁଏ । ଆଉ ଏହାକୁ ନେଇ ତିନି ଜଣ ସାଙ୍ଗ ସମାଜରେ ହେଉଥିବା ଭ୍ରଷ୍ଟାଚାର୍ ଓ ଦୁର୍ନୀତି ବିରୋଧରେ ସ୍ୱର ଉଠାଇବା ସହ ମୁହଁରେ ମୁଖା ଘୋଡେଇ ଭିଡିଓ ପ୍ରସ୍ତୁତ କରି ୟୁଟୁବରେ ସେୟାର୍ କରନ୍ତି । ହେଲେ ମଜା, ମସ୍ତିରେ କରୁଥିବା ଏହି ସମାଜ ସେବା ଭାରି ପଡିଯାଏ ଆଉ ଧରା ପଡନ୍ତି ଏମାନେ । ଦେଶୀ ସୁପରହିରୋ କାହାଣୀ ସହ ପଲିଟିକାଲ୍ ଡ୍ରାମା ବି ଦେଖିବାକୁ ମିଳିଛି ଚଳଚ୍ଚିତ୍ର ଭାବେଶ ଯୋଶୀ ସୁପରହିରୋରେ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ହର୍ଷବର୍ଦ୍ଧନ କପୁର । ରିଲାଏନ୍ସ ଏଂଟରଟେନମେଂଟ୍ ଏବଂ ଇରୋସ୍ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ଭାବେଶ ଯୋଶୀ – ସୁପରହିରୋର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିକ୍ରମାଦିତ୍ୟ ମୋଟୱାନୀ । ଫିଲ୍ମରେ ନିଶିକାନ୍ତ କାମତ, ରାଧିକା ଆପଟେ, ପ୍ରିୟାଂଶୁ ପୈନୟୁଲି ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଛି ।

ଏହି ଦୁଇଟି ସିନେମା ବ୍ୟତୀତ ପରଦାକୁ ଆସିଛି ଆଉ ଏକ ଫିଲ୍ମ ‘ଫେମସ୍’ । ଫିଲ୍ମଟି ଏକ ସତ କାହାଣୀକୁ ନେଇ ଗତିଶୀଳ ହୋଇଛି । ଚମ୍ବଲର ଏକ ପ୍ରେମ କାହାଣୀକୁ ସ୍ଥାନ ଦିଆ ଯାଇଛି ସିନେମାରେ । ଫିଲ୍ମରେ ଅଭିନେତା ଜିମି ସରଗିଲ୍, ଜ୍ୟାକି ଶ୍ରଫ, କେ କେ ମେନନ୍, ପଙ୍କଜ ତ୍ରିପାଠୀ, ଶ୍ରିୟା ସରନ, ଏବଂ ମାହି ଗିଲ୍ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଛି । ବିଦିଶା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କରନ ଲଲିତ ଭୁଟାନି ।

ଏବେ ଦେଖିବାକୁ ବାକି ରହିଲା ଏହି ତିନୋଟି ଫିଲ୍ମ ମଧ୍ୟରୁ ଦର୍ଶକ କେଉଁ ସିନେମାକୁ ଅଧିକ ପସନ୍ଦ କରୁଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More