Only for Entertainment

ସାଇକେଲରେ ନଜର ଆସିଲେ ଐଶ୍ୱର୍ଯ୍ୟା ରାୟ ଏବଂ ତେଜ ପ୍ରତାପ, ଫଟୋ ଭାଇରାଲ

zee news
0 51

ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦୁହିଁଙ୍କୁ ଏକ ନୂଆ ଅନ୍ଦାଜରେ ଦେଖିବାକୁ ମିଳିଛି । ଫଟୋ ତେଜ ପ୍ରତାପ ପତ୍ନା ଐଶ୍ୱର୍ଯ୍ୟାଙ୍କ ସହିତ ସାଇକେଲରେ ବସିଥିବାର ନଜର ଆସିଛନ୍ତି । ଫଟୋରେ ଐଶ୍ୱର୍ଯ୍ୟା ନାରଙ୍ଗୀ ସାଢୀ ପିନ୍ଧିଥିବା ବେଳେ ତେଜ ପ୍ରତାପ ଧଳା କୁର୍ତ୍ତା ପିନ୍ଧିଛନ୍ତି । ଫଟୋରେ ଦୁହେଁ ପରସ୍ପରକୁ ଦେଖି ହସୁଥିବାର ଦେଖିବାକୁ ମିଳିଛି ।

ଏହି ଫଟୋକୁ ତେଜ ପ୍ରତାପ ନିଜ ଇଂନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସେୟାର କରିବା ପରେ ଫଟୋକୁ ୫ ହଜାରରୁ ଅଧିକ ଲାଇକ ମିଳି ସାରିଛି ।

ଆପଣଙ୍କୁ କହିରଖୁଛୁ ଯେ ତେଜ ପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା ପୂର୍ବ ମୁଖ୍ୟମନ୍ତ୍ରୀ ଦାରୋଗା ରାୟଙ୍କ ନାତୁଣୀ ଏବଂ ପୂର୍ବ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ । ଐଶ୍ୱର୍ଯ୍ୟା ଅମେଠି ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି । ଅନ୍ୟପକ୍ଷରେ ତେଜ ପ୍ରତାପ ରାଜନୀତିରେ କ୍ୟାରିୟର କରିବା ପାଇଁ ସ୍କୁଲରୁ ହିଁ ପଢା ଛାଡିଦେଇଥିଲେ ।

ଲାଲୁଙ୍କ ୭ ଝିଅଙ୍କ ପରେ ତାଙ୍କ ବଡ ପୁଇର ବିବାହ ହୋଇଛି । ଏହାକୁ ନଜରରେ ରଖି ବିବାହରେ ଯେପରି କୌଣସି ଅସୁବିଧା ନହୁଏ ତାହାର ଧ୍ୟାନ ରଖାଯାଇଥିଲା । ବିବାହ ପାଇଁ ଲାଲୁଙ୍କୁ ୬ ସପ୍ତାହର ଜାମିନ ମଧ୍ୟ ମିଳିଥିଲା ଯାହା ଖୁସିକୁ ଦ୍ୱିଗୁଣିତ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More