Only for Entertainment

ବଲିଉଡର ରୁସ୍ତମ ନିଲାମ କରିବେ ନିଜର ଏହି ପୋଷାକ, ଭାବବିହ୍ୱଳ କରିପାରେ ଏହା ପଛର ସତ୍ୟତା ।

india today
0 68

ବଲିଉଡ ଖିଲାଡି ଅକ୍ଷୟ କୁମାର କେବଳ ଭଲ ଅଭିନେତା ନୁହଁନ୍ତି ମାତ୍ର ଭଲ ମଣିଷ ମଧ୍ୟ ଅଟନ୍ତି । ଅକ୍ଷୟ ସାମାଜିକ କାର୍ଯ୍ୟ କରିବାରେ କୌଣସି ମଉକା ଛାଡନ୍ତି ନାହିଁ । ଏଥର ଅକ୍ଷୟ ପୁଣି ଥରେ ସହାୟକର ହାତ ବଢାଇଛନ୍ତି ।

ଖାସ କଥା ହେଉଛି ଏଥର ଅକ୍ଷୟ ଜୀବମାନଙ୍କ ସୁବିଧା ପାଇଁ ଏବଂ ସେମାନଙ୍କ ରକ୍ଷଣାବେକ୍ଷଣା ପାଇଁ ଜଡିତ ଅଭିଯାନରେ ନିଜ ଅନ୍ଦାଜରେ ଯୋଗ ଦେଇଛନ୍ତି । କେବଳ ସେତିକି ନୁହେଁ ଅକ୍ଷୟ ଏହି କାର୍ଯ୍ୟ ପାଇଁ ଏକା ନୁହଁନ୍ତି ତାଙ୍କ ସହ ସାଧାରଣ ଲୋକମାନଙ୍କୁ ମଧ୍ୟ ସାମିଲ କରିଛନ୍ତି ।

କଥାଟି ହେଉଛି ଅକ୍ଷୟ ରୁସ୍ତମ ଫିଲ୍ମରେ ପିନ୍ଧିଥିବା ପୋଷାକକୁ ନିଲାମ କରିବାକୁ ଯାଉଛନ୍ତି । ଯେଉଁଥିରୁ ମିଳିବା ରାଶିକୁ ନେଇ ସେ ଜୀବଜନ୍ତୁଙ୍କ ହିତ କାର୍ଯ୍ୟରେ ଲଗାଇବେ । ଏହା ସେ ଟ୍ୱିଟ ଜରିଆରେ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More