Only for Entertainment

ଫେସବୁକରେ ଅମିତାଭ ସବୁଠାରୁ ଲୋକପ୍ରିୟ ଅଭିନେତା, ସର୍ଭେରେ ହେଲା ଖୁଲାସା

HD Wallpapers
0 47

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଫେସବୁକରେ ଫଲୋ କରାଯାଉଥିବା ଭାରତୀୟ କଳାକାରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି । ସ୍କୋର ଟ୍ରେଣ୍ଡସ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଅମିତାଭ ୧୦୦ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଅମିତାଭଙ୍କ ପେଜକୁ ୩ କୋଟି ଲୋକ ଫଲୋ କରୁଥିବା ଏହି ସର୍ଭେରୁ ଜଣା ପଡିଛି । ୯୫ ଅଙ୍କ ସହିତ ସଲମାନ ଦ୍ୱିତୀୟ ସ୍ଥାନରେ ଏବଂ ୬୮ ଅଙ୍କ ସହିତ ଶାହାରୁଖ ଖାନ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ୫୨ ଅଙ୍କ ସହିତ ରଣବୀର ସିଂ ଚତୁର୍ଥ ଏବଂ ୪୯ ଅଙ୍କ ସହିତ ଅକ୍ଷୟ କୁମାର ଏହି ତାଲିକାର ପଂଚମ ସ୍ଥାନରେ ରହିଛନ୍ତି ।

ସ୍କୋର ଟ୍ରେଣ୍ଡସର ସହ ସଂସ୍ଥାପକ ଅଶ୍ୱନୀ କୋଲ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଲୋପ୍ରିୟତା ଫେସବୁକରେ ମଧ୍ୟ କାମ କରିଛି । ଏହାପରେ ଅମିତାଭ ଟୁଇଟ କରିଥିଲେ । ଏହି ଟୁଇଟକୁ ତାଙ୍କର ଜଣେ ପ୍ରଶଂସକ ଟୁଇଟ କରି ପୋଷ୍ଟ କରିଥିଲେ ।


ପ୍ରଶଂସକଙ୍କ ଟୁଇଟର ଉତ୍ତର ଦେଇ ଅମିତାଭ କହିଥିଲେ , ‘ହଁ , ବର୍ତ୍ତମାନ ଟ୍ୱିଟର ଦୟାକରି ଆପଣ କୃପା କରିବେ କି ?’ । ସୂଚନା ଅନୁସାରେ ଅମିତାଭଙ୍କର ଟ୍ୱିଟରରେ ୩.୪୪ କୋଟି ଫଲୋୟର୍ସ ଅଛନ୍ତି । ନିକଟରେ ତାଙ୍କ ଫଲୋୟର୍ସ କମୁଥିବା ନେଇ ସେ ଟୁଇଟର ଛାଡିବା ପାଇଁ ଧମକ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More