Only for Entertainment

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏହି କ୍ରିକେଟରଙ୍କୁ ମାଗିଲେ କ୍ଷମା, ଜାଣନ୍ତୁ କ’ଣ ରହିଛି ଏହାର କାରଣ

DNA India
0 65

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋଲିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି । କେବଳ ଆକ୍ଟିଭ ନୁହେଁ ସେ ନିଜର ପ୍ରଶଂସକଙ୍କୁ ମଧ୍ୟ ରିପ୍ଲାଇ ଦେଇଥାନ୍ତି । ସମସ୍ତେ ଜାଣନ୍ତି ଯେ ବିଗ ବିଙ୍କୁ କ୍ରିକେଟ କେତେ ପସନ୍ଦ । ଯେବେ ବି କ୍ରିକେଟ ମ୍ୟାଚ ହେଉଥାଏ ଅମିତାଭ ନିଜ ଭାବନାକୁ ଟ୍ୱିଟର ଜରିଆରେ ପ୍ରକାଶ କରିବାରେ ଆଗରେ ଥାନ୍ତି ।

ଗତକାଲି ଭାରତ ଏବଂ ବାଙ୍ଗଳାଦେଶ ମଧ୍ୟରେ ଟି-୨୦ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଜିତିବା ପାଇଁ ଭାରତ ସଂଘର୍ଷ କରୁଥିବା ବେଳେ ଦିନେଶ କାର୍ତ୍ତିକ ମଇଦାନକୁ ଆସି ପ୍ରଥମ ବଲରେ ଛକା, ଦ୍ୱିତୀୟ ବଲରେ ଚଉକା ଏବଂ ତୃତୀୟ ବଲରେ ଛକା ମାରିଥିଲେ । ଭାରତକୁ ଜିତିବା ପାଇଁ ଶେଷ ବଲରେ ପାଂଚ ରନର ଆବଶ୍ୟକତା ଥିବା ବେଳେ କାର୍ତ୍ତିକ ଛକା ମାରି ଭାରତକୁ ଜିତାଇଥିଲେ । କାର୍ତ୍ତିକଙ୍କର ଖେଳକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ବଲିଉଡର ମହାନାୟକ ବା କିପରି ପଛରେ ରହିଥାନ୍ତେ ।


ଅମିତାଭ ଚ୍ୱିଟରରେ ମ୍ୟାଚ ଜିତିବାର ଖୁସିକୁ ଜାହିର କରିଥିଲେ । କିନ୍ତୁ ତାଙ୍କ ଦ୍ୱାରା ଏକ ଛୋଟ ଭୁଲ ହୋଇଯାଇଥିଲା । ଅମିତାଭ ବଚ୍ଚନ ଟ୍ୱିଟରରେ ଲେଖିଥିଲେ, ‘ଖୁବ ସୁନ୍ଦର ମ୍ୟାଚ । ଭାରତ ଜିତିବା ପାଇଁ ୨ ଓଭରରେ ୨୪ ରନର ଆବସ୍ୟକତା ଥିଲା ଏବଂ ଦିନେଶ କାର୍ତ୍ତିକ କମାଲ କରିଦେଲେ, ଟିମକୁ ବହୁତ ଶୁଭକାମନା ।’ କିନ୍ତୁ ଏହି ଟୁଇଟରେ ଅମିତାଭ ବଡ ଭୁଲ କରିଦେଇଥିଲେ ଯାହା ଫଳରେ ତାଙ୍କୁ ଦିନେଶ କାର୍ତ୍ତିକଙ୍କୁ କ୍ଷମା ମାଗିବାକୁ ପଡିଛି ।

ଅମିତାଭ କିଛି ସମୟ ପରେ ନିଜ ଭୁଲକୁ ସୁଧାରି ଆଉ ଏକ ଟୁଇଟ କରିଥିଲେ । ଏହି ଟୁଇଟରେ ସେ ଲେଖିଥିଲେ, ‘ଦିନେଶ କାର୍ତ୍ତିକଙ୍କ ଠାରୁ ମୁଁ କ୍ଷମା ଚାହୁଁଛି । ଦୁଇ ଓଭରରେ ୩୪ ରନର ଆବଶ୍ୟକତା ଥିଲା ୨୪ ରନ ନୁହେଁ ।’ ବିଗ ବି ଏପରି କ୍ଷମା ମାଗିବା ବର୍ତ୍ତମାନ ଚର୍ଚ୍ଚରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More