Only for Entertainment

ଶମ୍ମୀ କପୁରଙ୍କ ଗୀତ ‘ବଦନ୍ ପେ ସିତାରେ’ର ରିକ୍ରିଏଟ ଭର୍ସନରେ ନଜର ଆସିଲେ ଅନୀଲ କପୁର ।

DNA India
0 52

ମୁକ୍ତିଲାଭ କରିଛି ଫନ୍ନେ ଖାନର ନୂଆ ଭିଡିଓ ସଙ୍ଗ ‘ବଦନ୍ ପେ ସିତାରେ’ । ଗୀତରେ ଅନୀଲ୍ କପୁରଙ୍କୁ ଜଣେ ସିଙ୍ଗର୍ ଭାବେ ଦେଖିବାକୁ ମିଳିଛି । ରେଟ୍ରୋ ଲୁକରେ ଅନୀଲ୍ କପୁର୍ ମଂଚ୍ ଉପରେ ଏହି ଗୀତ ପରିବେଷଣ କରିବାରେ ନଜର ଆସିଛନ୍ତି । ଓରିଜିନାଲ୍ ଗୀତରେ ରଫିଙ୍କ ମାଜିକାଲ୍ ଭଏସ୍ ଶୁଣିବାକୁ ମିଳିଥିଲା । ତେବେ ଏହି କ୍ଲାସିକ୍ ଗୀତକୁ ରିକ୍ରିଏଟ୍ କରାଯାଇଛି ଚଳଚ୍ଚିତ୍ର ଫନ୍ନେ ଖାନ୍ ପାଇଁ । ଆଉ ଏହି ନୂଆ ଭର୍ସନରେ ସୋନୁ ନିଗମଙ୍କ ଭଏସ୍ ସ୍ଥାନ ପାଇଛି । ଅନୀଲ କପୁର, ରାଜ କୁମାର ରାଏ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଏହି ଫିଲ୍ମ ୩ ଅଗଷ୍ଟରେ ରିଲିଜ ହେବ ।

ସବୁଠାରୁ ବଡ କଥା ହେଉଛି ଏହି ଗୀତର ବାସ୍ତବିକ ମ୍ୟୁଜିକ ଏବଂ ଲିରିକ୍ସରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହି ରିକ୍ରିଏଟ ଭର୍ସନରେ କେବଳ ଓରିଜିନାଲ ଗାୟକଙ୍କ ସ୍ୱର ଶୁଣିବାକୁ ମିଳି ନାହିଁ । କହିରଖୁଛୁ ଯେ ଏହି ଗୀତକୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ମୋହମ୍ମଦ ରଫି ଗାଇଥିଲେ । ଗୀତକୁ ଶମ୍ମୀ କପୁର ଏବଂ ବୈଜନ୍ତିମାଳାଙ୍କୁ ନେଇ ସୁଟ କରାଯାଇଥିଲା । ଏହି ରିକ୍ରିଏଟ ଭର୍ସନରେ ଅନିଲ କପୁର ଶମ୍ମୀ କପୁରଙ୍କ କିଛି ଆଇକନିକ ଡ୍ୟାନ୍ସ ମ୍ୟୁଭସ କରୁଥିବାର ନଜର ଆସିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More