Only for Entertainment

ତେବେ ଏଥିପାଇଁ କମୁଛି ଅର୍ଜୁନଙ୍କ ଫିଲ୍ମ କ୍ୟାରିଅର ଗ୍ରାଫ!

ballywood tadka
0 60

ବଲିଉଡ ଅଭିନେତା ସଲମାନ ଖାନଙ୍କ ଏକ୍ସ ଭାଉଜ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ନିକଟତର ସଂପର୍କକୁ ନେଇ ମିଡିଆରେ ଚର୍ଚ୍ଚା ହେବା ଦିନଠାରୁ ଅରମ୍ଭ କରି ଆଜି ପର୍ଯ୍ୟନ୍ତ ସଲମାନ ଏବଂ ଅର୍ଜୁନଙ୍କ ମଧ୍ୟରେ ଥିବା ସଂପର୍କରେ ତିକ୍ତତା ଆସିଛି ।
କେବଳ ସେତିକି ନୁହେଁ କୁହାଯାଉଛିଯେ ମଲାଇକା ଏବଂ ଅରବାଜଙ୍କ ସଂପର୍କରେ ତିକ୍ତତା ଆସିଥିବାର କାରଣ ମଧ୍ୟ ଅର୍ଜୁନ କପୁର ଥିଲେ । କେତେକ ଇଭେଂଟରେ ସଲମାନ ଏବଂ ଅର୍ଜୁନଙ୍କ ସାକ୍ଷାତ ହେଲେ ମଧ୍ୟ ଦୁଇଜଣ ଦୂରତା ବଜାୟ ରଖନ୍ତି । ତେବେ ପୁଣିଥରେ ଅର୍ଜୁନ ସଲମାନଙ୍କ ସହିତ ସଂପର୍କ ବଢାଇବାକୁ ଚେଷ୍ଟା କରୁଛନ୍ତି ।
କୁହାଯାଉଛି ଗତ କିଛି ଦିନ ହେବ ସଲମାନଙ୍କ କେସ ଚାଲିଥିବା ସମୟରେ ଅର୍ଜୁନ ସଲମାନଙ୍କ ପରିବାର ସହିତ ସଂପର୍କ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି । ଅର୍ପିତା ଏବଂ ଅଲବୀରାଙ୍କ ସହିତ ସେ ଲଗାତାର ଫୋନରେ କଥା ହେଉଥିଲେ । କେବଳ ସେତିକି ନୁହେଁ ସଲମାନଙ୍କ ସହିତ ସଂପର୍କ ଖରାପ ହୋଇଯିବ ଭାବି କେତେକ ଫିଲ୍ମ ନିର୍ମାତା ଅର୍ଜୁନଙ୍କ ନିଜ ଫିଲ୍ମ ପାଇଁ ଅଫର ମଧ୍ୟ ଦେଇ ନାହାଁନ୍ତି । ବୋଧହୁଏ ଅର୍ଜୁନ ଏହି କାରଣ ପାଇଁ ଦବଙ୍ଗଙ୍କ ସହିତ ସଂପର୍କ ଯୋଡ଼ିବାକୁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More