Only for Entertainment

ଓଡିଶା ସମେତ ଦେଶର ଅନେକ ରାଜ୍ୟରେ ପାଳନ କରାଯାଏ ମହାବିଷୁବ ସଂକ୍ରାନ୍ତି, କିନ୍ତୁ ରହିଛି ଭିନ୍ନ ଭିନ୍ନ ନାଁ

YouTube
0 57

ମହାବିଷୁବ ସଂକ୍ରାନ୍ତି ହିନ୍ଦୁ ପରମ୍ପରାରେ ଏକ ମୁଖ୍ୟ ପର୍ବ । ଏହି ପର୍ବ ଆମର ସାମାଜିକ, ଆଧ୍ୟାତ୍ମିକ ଏବଂ ପାରିବାରିକ ଭିତ୍ତିଭୂମିକୁ ସୁଦୃଢ କରେ । ଓଡିଶା ସମେତ ଭାରତର ଅନେକ ରାଜ୍ୟରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ପାଳନ କରାଯାଇଥାଏ ।

baisakhi

ପଞ୍ଜାବ ଓ ହରିୟାଣାରେ ଏହି ପର୍ବର ନାଁ ‘ବୈଶାଖୀ’ । ସେମାନଙ୍କ ପାଇଁ ଏହା ବସନ୍ତ କାଳୀନ କୃଷି ପର୍ବ । ଏହି ଦିନରୁ ରବି ଫସଲର ଅମଳ ଆରମ୍ଭ ହୁଏ । ଲୋକମାନେ ସକାଳୁଉଠି ନଦୀରେ ନିତ୍ୟ-କର୍ମ ସାରି ପୂଜା-ପାଠ କରନ୍ତି । ସମସ୍ତେ ନୂଆ ଲୁଗା ପିନ୍ଧି ଭାଙ୍ଗଡା ନାଚନ୍ତି । ଏହା ଦଶମ ସିଖ ଧର୍ମଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମ ଦିବସ । ଏହି ଦିନରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଖାଲସା’ର ପ୍ରତିଷ୍ଠା ଦିବସ ପାଳନ କରିଥାନ୍ତି । ଏହା ପଞ୍ଜାବୀ ଲୋକମାନଙ୍କଲ ମଧ୍ୟରେ ଲୋକପ୍ରିୟ ପର୍ବ ।

Jorhat- Bihu dance

ସେହିପରି ଅହମୀୟାମାନେ ଏହାକୁ ‘ବୋହାଗ ବିହୂ’ ଭାବେ ପାଳନ କରିଥାନ୍ତି । ଲୋକେ ନୂଆ ପୋଷାକ ପିନ୍ଧି ସାହିରେ ବୁଲନ୍ତି ଏବଂ ପିଠା ଖାଇବା ସହିତ ବାଣ୍ଟନ୍ତି । ଏହା ସହିତ ଗୋ ପୂଜା ମଧ୍ୟ କରିଥାନ୍ତି ।

poila baisakh

ପଶ୍ଚିମ ବଙ୍ଗରେ ଏହାକୁ କୁହାଯାଏ ‘ପହେଲା ବୈଶାଖ’ । ବଙ୍ଗୀୟମାନେ ଏହି ଅବସରରେ ନିଡ ଘରକୁ ଚିତା ଝୋଟିରେ ସଜାଇଥାନ୍ତି । ହେି ପର୍ବରେ ମାହାଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରିଥାନ୍ତି ।

Vishu-Festival1

ତାମିଲ ଲୋକମାନେ ଏହାକୁ କୁହନ୍ତି ‘ପୁଥଣ୍ଡୁ’ । ଏହି ଅବସରରେ ସୁବର୍ଣ୍ଣ ପରି ମୂଲ୍ୟବାନ ଆଭୂଷଣ ସକାଳୁ ଦର୍ଶନ କରିଥାନ୍ତି । କେରଳୀଙ୍କ ପାଇଁ ଏହା ହେଉଛି ‘ବିଶୁ’ । ସେମାନେ ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ପୂଜା କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More