Only for Entertainment

ଅରମାନଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ନୀରୁ “ଘରେ ନଥିବା ବେଳେ ଅନ୍ୟ ମହିଳାଙ୍କ ସହ ରଖୁଥିଲେ ସମ୍ପର୍କ” !

MSN
0 57

ନିଜ ପ୍ରେମିକା ନୀରୁ ରନ୍ଧାଓ୍ଵାଙ୍କୁ ନିସ୍ତୁକ ମାଡ଼ ମାରି ଡ଼ାକ୍ତରଖାନା ପହଞ୍ଚାଇବା ପରେ ଗିରଫ ହୋଇଥିଲେ ଅଭିନେତା ଏବଂ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ଆର୍‌ମାନ କୋହଲୀ । ତାଙ୍କର ଏପରି କରିବା ପଛର ପ୍ରକୃତ କାରଣ କ’ଣ ତାହା ଜଣା ପଡ଼ି ନ ଥିବା ବେଳେ ଏବେ ଏ ନେଇ ମୁହଁ ଖୋଲିଛନ୍ତି ନୀରୁ । ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ନୀରୁ ଏକ ସାକ୍ଷାତକାର ଦେଇ ଏହି ଘଟଣା ପଛର କାରଣ ବଖାଣଇଛନ୍ତି ।

“ଗୋଆରେ ଆର୍‌ମାନଙ୍କର ଏକ ବଙ୍ଗଳା ରହିଛି । ଯାହା ବିଷୟରେ ମୁଁ ବସୁ ବୁଝାଶୁୁଝା କରେ । ସେହି ବଙ୍ଗଳା ଭଡ଼ାରେ ଦିଆଯାଇଥାଏ । ବେଳେବେଳେ କ୍ଲାଏଣ୍ଟ ମୋତେ ଟଙ୍କା ନଦେଇ ସେଠାରେ ଉପସ୍ଥିତ ଥିବା ଷ୍ଟାଫ୍‌ଙ୍କୁ ଦେଇ ଦିଅନ୍ତି । ଏ ସବୁ ଜାଣି ମଧ୍ୟ ଅର୍‌ମାନ ମୋତେ ଭଡା ଟଙ୍କା ବିଷୟରେ ପଚାରିଲେ । ଷ୍ଟାଫ୍‌ଙ୍କଠାରୁ ବୁଝିକି କହୁଛି ବୋଲି କହିବା ପରେ ସେ ରାଗି ଯାଇ ମୋ ଚୁଟି ଧରି ତଳେ ମୋ ମୁଣ୍ଡକୁ ମାଡ଼ି ଦେଇଥିଲେ ।

ମୁଣ୍ଡରୁ ରକ୍ତ ବାହାରିବା ଦେଖି ମୁଁ ଯେମିତି ପୁଲିସରେ ଅଭିଯୋଗ ନ କରେ ସେଥିପାଇଁ ସେ ମୋତେ ଡ଼ାକ୍ତରଖାନା ଆଣିଥିଲେ । ଏହା ପୂର୍ବରୁ ଅର୍‌ମାନଙ୍କ ଘରେ କାମ କରୁଥିବା ଲୋକ ମୁଁ ବାହାରକୁ ଗଲେ ଅର୍‌ମାନ ଅନ୍ୟ ଯୁବତୀମାନଙ୍କୁ ଘରକୁ ଡ଼ାକୁଥିଲେ ବୋଲି ମୋତେ କହିଥିଲେ । କିନ୍ତୁ ଅର୍‌ମାନଙ୍କ ଏଭଳି ବ୍ୟବହାର ମୋତେ ଆଶ୍ଚର୍ଯ୍ୟ କରିଛି । ସେ ମୋତେ କ୍ଷମା ମାଗିବା ପରେ ହିଁ ମୁଁ ମାମଲାକୁ ରଦ୍ଦ କରିବା କଥା ଭାବିବି” ବୋଲି କହିଛନ୍ତି ନିରୁ ରନ୍ଧାଓ୍ଵା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More