Only for Entertainment

ଯଦି ଆପଣ ଚଷମା ପିନ୍ଧିବାକୁ ଚାହୁଁ ନାହାନ୍ତି, ତେବେ ଆପଣାନ୍ତୁ ଏହି ସମସ୍ତ ଉପାୟ ।

Science ABC
0 48

ଆମ ମୁହଁର ସବୁଠାରୁ ଆର୍କଷଣୀୟ ଅଙ୍ଗ ହେଉଛି ଆଖି । ଏହା ଦ୍ୱାରା ଜଣେ ଦୁନିଆର ରଙ୍ଗିନ୍‌ ବାତାବରଣକୁ ଦେଖିବା ସହ ଭାବ ବିନିମୟ କରିପାରିଥାଏ। ତେବେ ବଢ଼ୁଥିବା ପ୍ରଦୂଷଣ,ଖାଦ୍ୟପେୟରେ ଅନିୟମିତତା, ମୋବାଇଲ୍‌ ଏବଂ କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବିତାଇବା ଦ୍ୱାରା ଆଖି ସମସ୍ୟା ଦେଖାଯାଇଥାଏ । ଫଳରେ ବହୁ କମ୍‌ ବୟସରୁ ହିଁ ଲୋକଙ୍କୁ ଚଷମା ଲଗାଉଥିବାର ଦେଖିବାକୁ ମିଳିଛି। ଦୃଷ୍ଟିଶକ୍ତି ଠିକ୍‌ ରଖିବା ପାଇଁ ରହିଛି କିଛି ସାଧାରଣ ଉପାୟ, ଆସନ୍ତୁ ଜାଣିବା ।

ଆଖିକୁ ଦୈନିକ ପରିଷ୍କାର ରଖନ୍ତୁ । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିନକୁ ୩-୪ ଥର ଥଣ୍ଡା ପାଣିରେ ଆଖିକୁ ଧୁଅନ୍ତୁ । ଯଦି ଆଖି ଜଳୁଛି କିମ୍ବା ଥକାପଣ ଅନୁଭବ ହେଉଛି ତେବେ ରାତି ସମୟରେ କିଛି ବୁନ୍ଦା ଗୋଲାପ ଜଳ ଆଖିରେ ପକାଇବା ସହିତ ତକୁ ତୁଳାରେ ଭିଜାଇ କିଛି ସମୟ ଆଖି ଉପରେ ରଖନ୍ତୁ ଦେଖିବେ କେତେ ଆରାମ ଲାଗିବ । ଉଚିତ୍‌ ପୋଷକ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ଖାସ କରି ଭିଟାମିନ୍‌ ସି ଥିବା ଖାଦ୍ୟ ଗ୍ରହଣ କରିବା ଜରୁରୀ । ଏଥି ସହ ଯେତେ ସମ୍ଭବ ଅଧିକ ପରିମାଣର ପାଣି ପିଅନ୍ତୁ । ଲଗାତାର କମ୍ପୁଟର କିମ୍ବା ମୋବାଇଲ୍‌ ବ୍ୟବହାର କରୁଥିଲେ ସମୟ ବ୍ୟବଧାନରେ ପାପୁଲିକୁ ମାଲିସ କରି ଆଖିରେ ଦିଅନ୍ତୁ ।

ଆଖି ଠିକ୍‌ ରଖିବା ପାଇଁ ଯଥା ସମ୍ଭବ ଆଖିକୁ ଆରାମ ଦିଅନ୍ତୁ । ଦିନକୁ ଅତି କମ୍‌ରେ ୮ ଘଣ୍ଟା ନିଦ୍ରା ଯାଆନ୍ତୁ । ଉତ୍ତମ ନିଦ ପାଇଁ ଆଖି ତଳେ କିଛି ମାତ୍ରାରେ ବାଦାମ ତେଲ ଲଗାନ୍ତୁ । ଏହା ଆଖିର ଥକାପଣ ଦୂର କରିବା ସହ ଚମକ ବଜାୟ ରଖିବ।

ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଆଖି ପରୀକ୍ଷା କରନ୍ତୁ । ପ୍ରତି ଦିନ ୫ ମିନିଟ ପର୍ଯ୍ୟନ୍ତ ଆଖି ସମ୍ବନ୍ଧୀୟ ବ୍ୟୟାମ କରନ୍ତୁ । ଏଥିସହ ଆଖିତଳ କଳାଦାଗ ଦୂର କରିବା ପାଇଁ ଆଳୁ ରସ ଏବଂ କାକୁଡ଼ିକୁ କାଟି ଆଖିତଳେ ଲଗାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More