Only for Entertainment

ବାଇକରେ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଚାରା ରୋପଣ ପାଇଁ ପଦକ୍ଷେପ ନେଲେ ନୂଆ ଯୁବପିଢୀ, ଭୁବନେଶ୍ୱରରୁ ଅରୁଣାରଚଳ ପ୍ରଦେଶ

aajtak
71

ଦିନକୁ ଦିନ ବୃକ୍ଷ ସଂଖ୍ୟା କମ ହେବାରେ ଲାଗିଛି । ଯାହାର ବିଭିନ୍ନ କାରଣ ରହିଛି । ଏଥିରୁ ବଂଚିବା ପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । କେତେକ ସ୍ଥାନରେ ଚାରା ରୋପଣ ପାଇଁ ରହିଛି ଖାସ ଦିନ । ଯେପରିକି ବନ ମହୋତ୍ସବ,ଏହା ଏଭଳି ଏକ ଦିନ ଯେଉଁଦିନ ଚାରା ରୋପଣ କରାଯାଏ ଏବଂ ଏକ ନୂତନ ବାର୍ତ୍ତା ଦିଆଯାଏ । କିନ୍ତୁ ଆଜିର ସମାଜ ବୁଝିବାକୁ ନାରାଜ । ଦିନ ଆସିବ ଯେତେବେଳେ ଗଛ ନଥିବ ଏବଂ ଚାରିଆଡେ କେବଳ ବଡ଼ ବଡ଼ ଅଟାଳିକା ଥିବ, ଏବଂ ଅଣ ନିଶ୍ୱାସୀ ହୋଇ ମୃତ୍ୟୁ ମୁଖକୁ ସମସ୍ତେ ଟାଣି ହୋଇ ଯାଉଥିବେ । ତେଣୁ ଗଛ ଲଗାଇବା ପାଇଁ ଯେ ଏକ ଖାସ ଦିନ ଏବଂ ମୁହୂର୍ତ୍ତର ଆବଶ୍ୟକତା ରହିଛି ତାହା କହିବା ଭୁଲ ହେବ । ନିଜର ଚିନ୍ତାଧାରାକୁ ପରିବର୍ତ୍ତନ କରି ସମାଜରେ ଏକ ବଡ଼ ପରିବର୍ତ୍ତନ ଆଣିବାର ଯଥେଷ୍ଟ ଆବଶ୍ୟକତା ରହିଛି ।

 

ଆଜ୍ଞା ହଁ ନିକଟରେ ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କିଛି ନୂଆ ଯୁବପିଢୀଙ୍କ ନିକଟରେ । ଯେଉଁମାନେ ଏହାକୁ ବୁଝିଛନ୍ତି ଏବଂ ଏକ ନୂଆ ପୃଥିବୀର ସ୍ୱପ୍ନ ଦେଖି ପ୍ରୟାସ କରିଛନ୍ତି । ବାଇକର ସିଦ୍ଧାର୍ଥ ଶଙ୍କର ପଣ୍ଡା ଭୁବନେଶ୍ୱରରୁ ଅରୁଣାଚଳ ପ୍ରଦେଶର ତାୱଙ୍ଗ ଅଭିମୁଖେ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଚାରା ରୋପଣ କରିବା ପାଇଁ ଠାଣି ନେଇଛନ୍ତି । ତାଙ୍କ ସହିତ ତାଙ୍କର କିଛି ସହଯୋଗୀ ମଧ୍ୟ ରହିଛନ୍ତି । ସିଦ୍ଧାର୍ଥଙ୍କ ଏଭଳି କାର୍ଯ୍ୟକୁ ଖୁବ ପ୍ରଶଂସା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More