Only for Entertainment

ଆଭେଞ୍ଜର୍ସର ଫ୍ୟାନ୍ସଙ୍କ କ୍ରେଜ ଆଉଟ ଅଫ କଣ୍ଟ୍ରୋଲ, ସକାଳ ୩ଟାରେ ମଧ୍ୟ ରଖାଗଲା ଶୋ

ScreenGeek
0 127

ହଲିଉଡର ସବୁଠାରୁ ବଡ ଫିଲ୍ମ ଆଭେଞ୍ଜର୍ସ ଇନଫିନିଟି ୱାର ରିଲିଜ ହେବା ପାଇଁ ଆଉ ମାତ୍ର ୩ ଦିନ ବାକି ରହିଛି । ଫିଲ୍ମର ରିଲିଜ ଡେଟ ନିକଟତର ହେବା ସହିତ ଫିଲ୍ମକୁ ନେଇ ଫ୍ୟାମ୍ସଙ୍କ କ୍ରେଜ ମଧ୍ୟ ବଢିବାକୁ ଲାଗିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଫ୍ୟାନ୍ସଙ୍କ କ୍ରେଜକୁ ଧ୍ୟାନରେ ରଖି ୟୁଏସରେ ଥିଏଟର ମାଲିକମାନେ ସକାଳ ୩ ଟାରେ ମଧ୍ୟ ଶୋ’ ରଖିଛନ୍ତି ।

ଫିଲ୍ମକୁ ନେଇ ଉତ୍ସୁକତା ବଢିବାରେ ଲାଗିଛି କେବଳ ଏତିକି ନହେଁ ଫ୍ୟାନ୍ସ ଯେତେବେଳେ ଜାଣିବାକୁ ପାଇଲେ ତାଙ୍କ ସୁପରହିରୋଜ ମାନଙ୍କର ଅନ୍ତ ହେବ ଏହାକୁ ନେଇ ସେମାନଙ୍କର ଉତ୍ସୁକତା ଦୁଇ ଗୁଣା ବଢିଯାଇଛି । ଏହାକୁ ନଜରରେ ରଖି ୟୁଏସର ଫିଲ୍ମ ମାଲିକମାନେ ସକାଳ ୩ଟାରେ ମଧ୍ୟ ଫିଲ୍ମ ଟାଇମିଙ୍ଗକୁ ସାମିଲ କରିଛନ୍ତି । ସକାଳ ୩ଟା ଶୋ’ ପାଇଁ ମଧ୍ୟ ଜବରଦସ୍ତ ଆଡଭାନ୍ସ ବୁକିଂ ହେବାରେ ଲାଗିଛି ।

ରିପୋର୍ଟ ଅନୁସାରେ ଏହାର ଆଡଭାନ୍ସ ବୁକିଂ ୧୬ ମାର୍ଚ୍ଚରୁ ଆରମ୍ଭ ହୋଇଯାଇଥିଲା । ଏହା ସହିତ ଏହାର ଆଡଭାନ୍ସ ବୁକିଂ ମାର୍ବଲ ଷ୍ଟୁଡିଓ ଦ୍ୱାରା ରିଲିଡ ହୋଇଥିବା ସୁପରହିରୋ ଆଧାରିତ ଫିଲ୍ମର ବିକିଂ ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛି । ଖବର ଅନୁସାରେ ଫିଲ୍ମର ୧୦୦୦ରୁ ଅଧିକ ଶୋ ପର୍ଯ୍ୟନ୍ତ ବିକ୍ରି ହୋଇସାରିଛି । ଏହି ଫିଲ୍ମ ମାତ୍ର ୬ ଘଣ୍ଟାରେ ବ୍ଲାକ ପାନ୍ଥରର ପ୍ରି- ସେଲ ଟିକେଟ ବୁକିଂ ରେକର୍ଡକୁ ପଛରେ ପକାଇ ଦେଇଥିଲା ।

ଭାରତରେ ମଧ୍ୟ ଆଭେଞ୍ଜର୍ସ ଫିଲ୍ମର ଖୁବ ପ୍ରଶଂସକ ଅଛନ୍ତି । ପପୁଲାରିଟିକୁ ନଜରରେ ରଖି ଭାରତରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More