Only for Entertainment

ଟଏଲେଟ ସଫା କରିବା ଠାରୁ ଆରମ୍ଭ କରି ୱେଟର ପର୍ଯ୍ୟନ୍ତ କାମ କରିଥିଲେ ବରୁଣ ଧାୱନ ।

bollywood tadka
0 34

ବଲିଉଡ ଅଭିନେତା ବରୁଣ ଧାୱନ ଆଜି ତାଙ୍କର ୩୧ ତମ ଜନ୍ମ ଦିବସ ପାଳନ କରୁଛନ୍ତି । ୨୪ ଅପ୍ରେଲ ୧୯୮୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ବରୁଣ ଅଭିନୟ ଆରମ୍ଭ କରିବା ପୂର୍ବରୁ କରଣ ଜୋହରଙ୍କ ଫିଲ୍ମ ‘ମାଇ ନେମ ଇଜ ଖାନ’ରେ ଆସିଷ୍ଟାଂଟ ଡାଇରେକ୍ଟର କାମ କରିଥିଲେ । ନିକଟରେ ବରୁଣଙ୍କ ଫିଲ୍ମ ‘ଅକ୍ଟୋବର’ ରିଲିଜ ହୋଇଛି । ନିର୍ଦ୍ଦେଶକ ସୁଜିତ ସରକାରଙ୍କ ଏହି ଫିଲ୍ମରେ ବରୁଣ ଧାୱନ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଫିଲ୍ମରେ ତାଙ୍କ ସହିତ ବନିତା ସନ୍ଧୁ ନଜର ଆସିଛନ୍ତି ।

ନିଜ ରୋଲ ପାଇଁ ବରୁଣ ଧାୱନ ଖୁବ ପରିଶ୍ରମ କରିଛନ୍ତି । ଏହି ଫିଲ୍ମରେ ନିଜକୁ ଫିଟ କରିବା ପାଇଁ ବରୁଣ ଧାୱନ ହୋଟେଲ ମ୍ୟାନେଜମେଂଟ ଛାତ୍ରଙ୍କ ଭଳି ପ୍ରଶିକ୍ଷଣ ନେଇଛନ୍ତି । ଏଥିପାଇଁ ବରୁଣ ହୋଟେଲରେ ବାସନ ମଧ୍ୟ ସଫା କରିଛନ୍ତି ।

ଏହି ଫିଲ୍ମର ସୁଟିଂ ଦିଲ୍ଲୀର ଏକ ଫାଇଭ ଷ୍ଟାର ହୋଟେଲରେ ହୋଇଛି । ସେଠାରେ ସେ ରୋଷେଇ ଠାରୁ ଆରମ୍ଭ କରି ଟଏଲେଟ ମଧ୍ୟ ସଫା କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ପ୍ରଶିକ୍ଷଣ କାରଣରୁ ବିଦେଶୀ ଟୁରିଷ୍ଟ ତାଙ୍କ ପ୍ରକୃତ କର୍ମଚାରୀ ଭାବି ନେଇଥିଲେ,ତେଣୁ ଖାଦ୍ୟ ସହିତ ରୁମ ସର୍ଭିସ ପାଇଁ ମଧ୍ୟ ଅର୍ଡ଼ର ଦେଇଥିଲେ । ଏହା ମଧ୍ୟରେ ବରୁଣ ତାଙ୍କ ଷ୍ଟାରଡମକୁ ଆଣିନଥିଲେ । ସହୃଦୟରେ ସେ ଟୁରିଷ୍ଟଙ୍କ ଅର୍ଡ଼ର ମଧ୍ୟ ଆଣିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More