Only for Entertainment

ଆଂଠୁ ଗଣ୍ଠିଂ ଯନ୍ତ୍ରଣା ସମସ୍ୟା ଆରମ୍ଭ ହେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ ।

Woman suffering from pain in knee joint.
36

ଆଜି କାଲି ଆଣ୍ଠୁ ଗଣ୍ଠି ଆଦିରେ ଯନ୍ତ୍ରଣା ଅନୁଭବ ହେବା ଏକ ସାଧାରଣ କଥା ହୋଇଗଲାଣି । ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଶରୀରର ଯତ୍ନ ନ ନେବା ଦ୍ୱାରା ଏହି ସମସ୍ୟା ୯୯ ପ୍ରତିଶତ ଲୋକଙ୍କ ନିକଟରେ ଦେଖାଯାଉଛି । ତେବେ ଯେ କେବଳ ବୟସ୍କ ବ୍ୟକ୍ତିଙ୍କ ନିକଟରେ ଏହି ସମସ୍ୟା ଦେଖାଯାଉଛି ତାହା ନୁହେଁ, ବରଂ କମ ବୟସରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଯଦି ସମୟ ପୂର୍ବରୁ ସଚେତନ ହେବେ ତେବେ ସମସ୍ୟା ରହିବ ନାହିଁ ।

 

ଯଦି ଆପଣ ଅଧିକ ଥର ଚା’ କିମ୍ବା ଥଣ୍ଡା ପାନୀୟ ପିଉଛନ୍ତି ତେବେ ଏଭଳି ଅଭ୍ୟାସ ତୁରନ୍ତ ପରିହାର କରନ୍ତୁ। କାରଣ ଏହାର ପ୍ରଭାବ ଅସ୍ଥି ଉପରେ ପଡିଥାଏ। ଅଧିକ ଲୁଣଜାତୀୟ ଖାଦ୍ୟ ଖାଇଲେ ଅସ୍ଥି ଧୀରେ ଧୀରେ ଦୁର୍ବଳ ହୋଇଥାଏ। ତେଣୁ ସେପରି ଖାଦ୍ୟ ଯେତେ କମ ଖାଇବେ ସେତେ ଭଲ। ନିଶାଦ୍ରବ୍ୟ ସେବନ କୁପ୍ରଭାବ ମଧ୍ୟ ଅସ୍ଥି ଉପରେ ପଡିଥାଏ। ଏପରି ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ। ଅସ୍ଥିକୁ ସୁସ୍ଥ ରଖିବା ପଛରେ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି ଆଉ ଏହାର ମୁଖ୍ୟ ଉତ୍ସ ହେଲା ସକାଳର ସୂର୍ଯ୍ୟକିରଣ। ଶରୀରରେ କ୍ୟାଲସିୟମ ପରିମାଣ ଅସନ୍ତୁଳିତ ରହିଲେ ଅସ୍ଥି ଦୁର୍ବଳ ହୋଇଯାଏ। ଏପରି ସମସ୍ୟାର ସମାଧାନ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆଉ ଏକ ସରଳ ଉପାୟ ରହିଛି ଯାହାକୁ ଆପଣେଇଲେ ଅସ୍ଥି ସୁସ୍ଥ ରହିବ। ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More