Only for Entertainment

ଶରୀର ପାଇଁ ଉପକାରୀ ବିନ୍ସ,ଶୀତଦିନେ ଖାଇବାକୁ ଭୁଲନ୍ତୁ ନାହିଁ ।

Allrecipes
28

ଏଭଳି ତ ସମସ୍ତ ପନିପରିବା ଖାଇବା ନିହାତି ଭାବରେ ଭଲ । କିନ୍ତୁ ଏଭଳି କିଛି ପରିବା ଥାଏ ଯାହା ଭିଟାମିନରେ ଭରପୂର ରହିଥାଏ ।ଶରୀରକୁ ଶକ୍ତି ମିଳିବା ସହିତ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳେ ।

ଖବରମୁତାବକ ବିନ୍ସରେ ଫ୍ଲେବୋନାୟଡସ୍ ସହିତ କ୍ୟାଂପଫ୍ରେରାଲ ଥାଏ ଯାହା ଶରୀରରେ କର୍କଟ କଣିକାକୁ ତିଆରି ହେବାକୁ ଦେଇନଥାଏ । ଗବେଷଣା ଅନୁଯାୟୀ ମହିଳାମାନେ ସପ୍ତାହରେ ୩ରୁ ୪ ଥର ବିନ୍ସ ସେବନ କରିବା ଦ୍ୱାରା କର୍କଟ ରୋଗରୁ ରକ୍ଷା ପାଇପାରିବେ । ଗ୍ରୀନ ବିନ୍ସରେ ଥିବା ଫାଇବର ଶରୀରରେ କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ । ଏହାସହିତ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହିତ ହାର୍ଟକୂ ମଜବୁତ ରଖିବାରେ ସହାୟକ ହୋଇଥାଏ । ଏହା ବ୍ଲଡସୁଗାରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଗ୍ରୀନ ବିନ୍ସ ଖାଇବା ଦ୍ୱାରା ମହିଳାଙ୍କ ମାସିକ ଧର୍ମରେ ହେଉଥିବା ସମସ୍ୟାରୁ ଖୁବ୍ ଆରାମ ମିଳିଥାଏ । କାରଣ ଏଥିରେ କୋଲେଷ୍ଟ୍ରଲ ଏବଂ ଫ୍ୟାଟସ୍ କମ୍ ଥାଏ ଏବଂ ଏହା ଫାଇବର ଓ ପ୍ରୋଟିନର ବହୁତ ଭଲ ସ୍ରୋତ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More