Only for Entertainment

ଏଭଳି ଏକ ନିଆରା ମନ୍ଦିର, ଯେଉଁଠି ସଂନ୍ଧ୍ୟା ଆଳତୀ ହେଲେ ଦେବୀଙ୍କ ଦର୍ଶନ ପାଇଁ ଆସନ୍ତି ଭାଲୁ ।

YouTube
0 134

ଭାରତରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ସନ୍ଧ୍ୟା ଆଳତୀ ହେଲେ ଦେବୀ ଦର୍ଶନ ପାଇଁ ମନ୍ଦିରକୁ ଆସନ୍ତି ଭାଲୁ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ସ୍ଥାନ ହେଉଛି ଛତିଶଗଡ଼ର ଘୁଞ୍ଚାପାଲୀର ଚଣ୍ଡି ମାତା ମନ୍ଦିର।

ଭାରତୀୟମାନେ ଆଧ୍ୟାତ୍ମିକ କ୍ଷେତ୍ରରେ ଯେତେ ଉର୍ଦ୍ଧ୍ୱରେ ଥାନ୍ତି ଏଠାକାର ପଶୁପକ୍ଷୀ ମଧ୍ୟ ଆଧ୍ୟାତ୍ମିକ ଦିଗରେ ଆଗରେ ଥାନ୍ତି। ତେବେ ଏଭଳି ଏକ ରୋମାଞ୍ଚକର ସ୍ଥାନ ହେଉଛି ଘୁଞ୍ଚାପାଲୀର ଚଣ୍ଡୀ ମନ୍ଦିର। ଏହି ମନ୍ଦିରରେ ଆରତୀ ସମୟରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଥାଏ ଏବଂ ଭକ୍ତଙ୍କ ସହ ଜଙ୍ଗଲୀ ଭାଲୁଙ୍କ ଦଳ ମଧ୍ୟ ମା’ଙ୍କ ଆରତୀ ସମୟରେ ମନ୍ଦିରକୁ ଚାଲିଆସନ୍ତି। ବଡ ଅଜବ କଥା, ଭକ୍ତଙ୍କୁ କୌଣସି ଅସୁବିଧାରେ ନ ପକାଇ ଏହି ଭାଲୁ ଦଳ ସେମାନଙ୍କ ଠାରୁ ପ୍ରସାଦ ଏବଂ ଥଣ୍ଡାପାନୀୟ ପିଇଥାନ୍ତି। ଭକ୍ତମାନେ ମଧ୍ୟ ମା’ଙ୍କ କୃପା ଭାବି ଭାଲୁଙ୍କୁ ପ୍ରସାଦ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ଖାଇବାକୁ ଦେଇଥାନ୍ତି। ଏହି ଭାଲୁମାନେ କେବଳ ସନ୍ଧ୍ୟା ଆଳତୀ ସମୟରେ ଏହି ମନ୍ଦିରରେ ଦେଖାଯାଆନ୍ତି।

 

ଏହି ମନ୍ଦିର ଏକ ପାହାଡର ଉପରି ଭାଗରେ ଅବସ୍ଥିତ ଥିବାରୁ ସେଠାରେ ଏକ ଧର୍ମଶାଳା ରହିଛି ଯେଉଁଠି ମହୁମାଛି ଫେଣାରୁ ମହୁ ଖାଉଥିବା ଭାଲୁର ଦୃଶ୍ୟ କ୍ୟାମେରାରେ କଏଦ୍‌ କରିବାକୁ ଫଟୋଗ୍ରାଫରମାନେ ଅପେକ୍ଷା କରିଥାନ୍ତି। ଏଠାରେ ମୋଣ୍ଟୁ ନାମକ ଜଣେ ମନ୍ଦିର ସୁରକ୍ଷାକାରୀ ଅଛନ୍ତି ଯେ ଭାଲୁଙ୍କୁ ଚଣା ଏବଂ ଅନ୍ୟ ଖାଦ୍ୟପଦାର୍ଥ ହାତରେ ଦେଇଥାଆନ୍ତି। ସେ କୁହନ୍ତି ଯେ ୮ବର୍ଷ ହେଲାଣି ସେ ଏହି ମନ୍ଦିରରେ ଅଛନ୍ତି କିନ୍ତୁ ୬ ବର୍ଷ ପୂର୍ବେ ହିଁ ଭାଲୁଙ୍କୁ ସେ ମନ୍ଦିର ଆସୁଥିବାର ଦେଖିଛନ୍ତି।

ପ୍ରଥମେ ପ୍ରଥମେ ସେ ଭୟଭୀତ ହୋଇ ମନ୍ଦିର ଭିତରେ ଲୁଚି ରହୁଥିଲେ। କିନ୍ତୁ ଥରେ ସେ ଅଜଣାତରେ ଥରେ ମନ୍ଦିର ବାହାରେ ଶୋଇଯାଇଥିଲେ ଏବଂ ଉଠିଲାବେଳକୁ ଦେଖିଲେ ଯେ ତାଙ୍କ ଚାରିପାଖରେ ଭାଲୁ ଶୋଇଛନ୍ତି ଏବଂ ଗୋଟିଏ ଭାଲୁ ଛୁଆ ମୋଣ୍ଟୁଙ୍କ ପାଖରେ ଶୋଇଛି । ଏହା ପରଠାରୁ ସେ ଭାଲୁଙ୍କୁ ଦେଖି ଡରିବା ବଦଳରେ ତାଙ୍କ ସହ ବନ୍ଧୁତାର ବନ୍ଧନ ବାନ୍ଧିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More