Only for Entertainment

ପେଟ ସମସ୍ୟା ଦୂର କରିଥାଏ ପାନ ମଧୁରୀ, ଏହିପରି କରନ୍ତୁ ବ୍ୟବହାର

YouTube
0 118

ଆମର ଦୈନନ୍ଦିନ ଜୀବନରେ ପାନମଧୁରୀର ବ୍ୟବହାର ଖୁବ୍ ସାଧାରଣ।ଆମେ ପାନ ମଧୁରୀକୁ ମସଲା ଭାବରେ ବ୍ୟବହାର କରିଥାଉ ଓ ଖାଲିରେ ଚୋବାଇ କିମ୍ବା ପାନରେ ଦେଇ ଖାଇଥାଉ । ପାନ ମଧୁରୀ ମାଉଥ ଫ୍ରେସନର ଭାବେ ମଧ୍ୟ କାର୍ଯ୍ୟ କରିଥାଏ । ପାନ ମଧୁରୀର ଅନେକ ଔଷଧୀୟ ଗୁଣ ବି ରହିଛି। ଏହା ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।

  • ୧୦ ଗ୍ରାମ ପାନମଧୁରୀକୁ ଭାଜି ଗୁଣ୍ଡ କରି ତା’ସହିତ ମିଶ୍ରି ମିଶାନ୍ତୁ । ଭୋଜନ ପରେ ଏବଂ ସକାଳେ ପାଣି ସହିତ ମିଶାଇ ସେବନ କରନ୍ତୁ। ଏହା କରିବା ଦ୍ୱାରା ପାଚନ ଶକ୍ତି ଠିକ୍ ହୋଇଯାଏ।
  • ଛୁଆମାନଙ୍କୁ ପାଣିରେ ସିଝେଇ ପିଇବାକୁ ଦେଲେ ଅନେକ ଲାଭ ମିଳିଥାଏ।
  • ନିଦ୍ରାହିନତା ସମସ୍ୟା ଥିଲେ ପାନମଧୁରୀର କାଢା ପ୍ରସ୍ତୁତ କରି ସେଥିରେ କ୍ଷୀର ଏବଂ ମହୁ ମିଶାଇ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ। ରାତ୍ରି ଭୋଜନ ପରେ ଏବଂ ଶୋଇବା ପୂର୍ବରୁ ପାନ ମଧୁରୀ ଚା’ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ।
  • ଖାଦ୍ୟ ଗ୍ରହଣ କରିସାରିବା ପରେ ଦୁର୍ଗନ୍ଧ ଦୂର କରିବା ପାଇଁ ପାନମଧୁରୀ ଖିଆଯାଏ। ପାନମଧୁରୀ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More