Only for Entertainment

ଦୁଧଦାନ୍ତ ବି ବିଭିନ୍ନ ରୋଗରୁ ରକ୍ଷା କରିଥାଏ, ଗବେଷଣାରୁ ସ୍ପଷ୍ଟ

The Bump
33

ଶିଶୁମାନଙ୍କର ଦୁଧ ଦାନ୍ତରୁ ପ୍ରସ୍ତୁତ ଷ୍ଟେମ୍‌ ସେଲ ଗୁଡିକ ମଧ୍ୟ ଭବିଷ୍ୟତରେ ପିଲାମାନଙ୍କଠାରେ ହେଉଥିବା କେତେକ ଭୟଙ୍କର ରୋଗରୁ ରକ୍ଷା କରିପାରିବ ବୋଲି ଏକ ଗବେଷଣାରୁ ଜଣାଯାଇଛି।

ଯଦି ଆପଣଙ୍କ ଶିଶୁର ଦୁଧଦାନ୍ତ ଭାଙ୍ଗିବାକୁ ଯାଉଛ,ତେବେ ତାଙ୍କୁ ନ ଫୋପାଡ଼ି ଆପଣ ତାକୁ ଡେଣ୍ଟାଲ୍‌ ଷ୍ଟେମ୍‌ ସେଲ୍‌ ବ୍ୟାଙ୍କରେ ରଖିପାରନ୍ତି। ପିଲାଙ୍କର ଭବିଷ୍ୟତରେ ଯେଉଁ ରୋଗ ହେବାର ଆଶଙ୍କା ରହିଛି, ସେଥିରୁ ତାହାର ରକ୍ଷା କରାଯାଇପାରିବ ବୋଲି କୁହାଯାଇଛି। ଏବେ ଆସନ୍ତୁ ଜାଣିବା ଏହା କେଉଁ କେଉଁ ରୋଗରୁ ରକ୍ଷା କରିଥାଏ।

Milk-Teeth-1

ଆଖିର କର୍ଣ୍ଣିୟା,ମସ୍ତିଷ୍କ ରୋଗ,ମଧୁମେହ,ନୂଆ କରି କେଶ ଉଠିବା,ଯକୃତ ଜନିତ ରୋଗ,ସମକ୍ୟୁଲାର୍‌ ଡିଷ୍ଟ୍ରାଫି ଓ ମେରୁଦଣ୍ଡରେ ଯନ୍ତ୍ରଣା ଜନିତ ରୋଗ ଆଦିରୁ ରକ୍ଷା କରିଥାଏ।

ପାଞ୍ଚରୁ ୧୨ ବର୍ଷୀୟ ଶିଶୁମାନଙ୍କର ଦୁଧ ଦାନ୍ତରେ ଷ୍ଟେମ୍‌ କୋଷଗୁଡ଼ିକ ସହଜରେ ବାହାର କରି ନିଆଯାଇପାରେ। ଏଥିପାଇଁ ଯେତେବେଳେ ଶିଶୁର ଦାନ୍ତ ହଲୁଥିବ,ଏହାକୁ ବାହାର କରି ଷ୍ଟେମ କୋଷଗୁଡ଼ିକୁ ଏକାଠି କରିବାକୁ ପଡ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More