Only for Entertainment

କୋଲେଷ୍ଟ୍ରଲ କମ କରିବାରେ ସାହାଯ୍ୟ କରେ ଅଁଳା ରସ ।

StyleCraze
36

ଅଁଳାକୁ ପୂଜାରେ ବ୍ୟବହାର କରାଯାଏ ଏବଂ ଆଚାର ପ୍ରସ୍ତୁତ କରିବାରେ ମଧ୍ୟ ବ୍ୟବହୃତ ହୁଏ । କେଶ ପାଇଁ ମଧ୍ୟ ଅଁଳା ଖୁବ ଲାଭଦାୟକ । ଅଁଳା ରସ ଔଷଧ ଭାବରେ କାମ କରେ । ତେବେ ଏହା କେଉଁ କେଉଁ ସମସ୍ୟାରୁ ରକ୍ଷା କରେ ଆସନ୍ତୁ ଆଲୋଚନା କରିବା ।

ଏକ ଭାଗ, ପିପ୍‌ପଳୀ ଏକ ଭାଗ, ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ ମିଶାଇ ଉଷୁମ ଜଳ ସହିତ ସେବନ କଲେ ବଦହଜମି, ଅମ୍ଳ, ହାକୁଟି, ପେଟଫମ୍ପା ଆଦି ଭଲ ହୁଏ। ନିୟମିତ ଏହାକୁ ପିଇଲେ ଥଣ୍ଡା ଭଲ ହେବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲସ୍ତର ହ୍ରାସ କରେ। ଫଳରେ ଉଚ୍ଚ ରକ୍ତଚାପରୁ ମିଳିଥାଏ ମୁକ୍ତି। ଅଁଳାରସକୁ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ହାର୍ଟ ଆଟାକ୍‌ ଆଶଙ୍କା ଦୂର ହୁଏ। ନିୟମିତ ଅଁଳାରସ ପିଇଲେ ନପୁଂଷକତା ସମସ୍ୟା ଦୂର ହୁଏ। ଅଁଳାରସ ସହିତ କିଛି ଗୁଡ଼ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ ଅଣ୍ଟାବିନ୍ଧା ଭଲ ହୋଇଥାଏ। ସେହିପରି ଅଁଳାରସ ସହିତ ନିମ୍ବପତ୍ର ଚୂର୍ଣ୍ଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଖାଇଲେ ୩ରୁ୪ ମାସରେ କୁଷ୍ଠରୋଗ ଭଲ ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More