Only for Entertainment

ଅନିଦ୍ରା ଦୂର କରେ ଗାଜର ଜାଣନ୍ତୁ କିପରି ।

NDTV Food
36

ବ୍ୟସ୍ତ ବହୁଳ ଜୀବନରେ କାମ କରି କରି ମଣିଷ କ୍ଲାନ୍ତ ହୋଇଯାଏ । କିନ୍ତୁ ବିଭିନ୍ନ ସମୟରେ ଚିନ୍ତାରେ ଥିବା କାରଣରୁ ରାତିରେ ଠିକ ଭାବରେ ନିଦ୍ରା ଆସେ ନାହିଁ । ନିଦ ଶରୀର ପାଇଁ ନିତାନ୍ତ ଜରୁରୀ । ଯଦି ଠିକ ଭାବରେ ଶୋଇବା ହୋଇନଥାଏ ତେବେ ବିଭିନ୍ନ ରୋଗ ମାଡ଼ି ବସେ । ପ୍ରତିଦିନ ସକାଳେ ଅଧାକପ୍‌ ଗାଜର ଜୁସ୍‌ ପିଇଲେ ରାତିରେ ଭଲ ନିଦ ହେବା ସହିତ ଶରୀର ରହିଥାଏ ନିରୋଗ। ଅନିଦ୍ରାରୋଗରେ ଏହା ମହୌଷଧୀ ଭଳି କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗାଜର ଜୁସ୍‌ରେ ଭିଟାମିନ୍‌ ଏ, ସି, ଡି. ବି-୬, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ, ଲୌହ, କୋବାଲଆମିନ୍‌, ସୋଡ଼ିୟମ୍‌, ପୋଟାସିୟମ୍‌, ପ୍ରୋଟିନ୍‌, ତନ୍ତୁଜ ଆଦି ରହିଥାଏ। ଏହା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ କରିଥାଏ। ପ୍ରତିଦିନ ଗାଜର ଜୁସ୍‌ ପିଇଲେ ରକ୍ତ ଶର୍କରାସ୍ତର ସ୍ବାଭାବିକ ହେବା ସହିତ ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More