Only for Entertainment

ଚେହେରାରୁ କଳା ଦାଗ ଦୂର କରେ ପଇଡ଼ ପାଣି ।

University Health News
29

ପଇଡ଼ ପାଣି କେବଳଯେ ପେଟକୁ ଥଣ୍ଡା ରଖିଥାଏ ତାହା ନୁହେଁ, ବରଂ ଏହା ଶରୀରର ଅନ୍ୟ କେତେକ ଉପକାରୀ କାମ କରିଥାଏ । ହୁଏତ ଆପଣ ଏହାର ବିଶେଷ ଉପକାରୀ ଗୁଣ ବିଷୟରେ ଖୁବ କମ ଜାଣିଥିବେ ।

  •  ଚେହେରାରେ ଅଧିକ ଦାଗ ବା କଳା ଚିହ୍ନ ଥିଲେ ପଇଡ଼ ପାଣିରେ ମୁହଁ ଧୋଇବା ଖୁବ୍ ଲାଭପ୍ରଦ ହୋଇଥାଏ। ଏହାଦ୍ବାରା ତ୍ବଚାରୁ ଦାଗ ଦୂର ହୋଇଥାଏ ଓ ତ୍ବଚାର ପ୍ରାକୃତିକ ଚମକ ବଜାୟ ରହିଥାଏ।
  • ପଇଡ଼ ପାଣି ବ୍ରଣ ସମସ୍ୟା ମଧ୍ୟ ଦୂର କରିଥାଏ। ଖରାଦିନେ ବିଶେଷ କରି ତେଲିଆ ତ୍ବଚା ଥିବା ବ୍ୟକ୍ତିମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ। ଏ କ୍ଷେତ୍ରରେ ନଡ଼ିଆ ପାଣିର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ।
  • ଆଖି ତଳର କଳା ଦାଗ ଦୂର କରିବାରେ ପଇଡ଼ ପାଣି ବିଶେଷ ଭାବେ ସହାୟକ ହେଇଥାଏ। ପଇଡ଼ ପାଣିରେ ତୁଳା ବୁଡ଼ାଇ ଆଖି ତଳେ ନିୟମିତ ଲଗାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
  • ନିୟମିତ ତ୍ବଚାରେ ପଇଡ଼ ପାଣିର ବ୍ୟବହାର କରିବା ଦ୍ବାରା ତ୍ବଚା ସତେଜ ରହିବା ସହ ଗୋରା ମଧ୍ୟ ହୋଇଥାଏ।
  • ଖରାଦିନେ ଟ୍ୟାନିଙ୍ଗ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦୈନିକ ପଇଡ଼ ପାଣିରେ ଚେହେରା ଧୋଇବା ଉଚିତ୍।
  • ତ୍ବଚାରେ ପଇଡ଼ ପାଣିର ବ୍ୟବହାର କରିବା ଦ୍ବାରା ସଂକ୍ରମଣ ଆଶଙ୍କା ମଧ୍ୟ କମ୍ ହୋଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More