Only for Entertainment

ସବୁଜ ଘାସରେ ଖାଲି ପାଦରେ ଚାଲନ୍ତୁ,ମିଳିବ ଏହି ଫାଇଦା ।

diabetesmadrid.org
0 56

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଶୈଳୀ ଏବଂ ଭୁଲ ଖାଦ୍ୟପାନୀୟ କାରଣରୁ ଅଧିକାଂଶ ଲୋକ କିଛି ନା କିଛି ରୋଗରେ ପଡନ୍ତି । ଡାକ୍ତରମାନେ ରୋଗ ଠାରୁ ବଂଚିବା ପାଇଁ ପ୍ରାତଃ କାଳରେ ଘାସ ଉପରେ ଚାଲିବାର ପରାମର୍ଶ ଦିଅନ୍ତି । ସକାଳେ ଖାଲିି ପାଦରେ ସବୁଜ ଘାସରେ ଚାଲିବା ଦ୍ୱାରା ସ୍ୱାସ୍ଥ୍ୟକୁ ବହୁତ ଫାଇଦା ହୋଇପାରେ ।

ଯଦି ଆପଣଙ୍କର ଡାଇବେଟିସ୍ ସମସ୍ୟା ଅଛି ଏବଂ ଆପଣଙ୍କ ଆଣ୍ଠୁ ଓ ଗୋଡରେ ଅଧିକ ବ୍ୟଥା ରହେ, ତେବେ ପ୍ରତିଦିନ ପ୍ରାତଃକାଳରେ ସବୁଜ ଘାସରେ ଖାଲି ପାଦରେ ଚାଲନ୍ତୁ । ଏମିତି କାରିବା ଦ୍ୱାରା ପାଦରେ ରକ୍ତ ପ୍ରବାହ ସଠିକ୍ ଉପାୟରେ ହୁଏ ଏବଂ ଶର୍କରାର ସ୍ତର ନିୟନ୍ତ୍ରଣରେ ରହେ ।

• ପ୍ରତିଦିନ ସବୁଜ ଘାସରେ ଖାଲି ପାଦରେ ଚାଲିବା ଦ୍ୱାରା ଶରୀରରେ ଦ୍ରୁତ ଗତିରେ ରକ୍ତ ପ୍ରବାହ ହୁଏ । ଯଦ୍ୱାରା ହୃଦୟ ଜନିତ ସମସ୍ୟା ହେବାର ଆଶଙ୍କା କମିଯାଏ ।

• ଆଜିକାଲି କମ୍ ଆୟୁର ଲୋକଙ୍କ ହାଡ ଦୁର୍ବଳ ହେଇଯାଉଛି । ଏମିତିରେ ଯଦି ଆପଣ ପ୍ରାତଃକାଳରେ ସବୁଜ ଘାସରେ ଚାଲୁଛନ୍ତି, ତେବେ ଆପଣଙ୍କ ହାଡରେ କ୍ୟାଲସିୟମର ମାତ୍ରା ବଢ଼େ । ଯଦ୍ୱାରା ହାଡ ମଜବୁତ୍ ହୁଏ ।

• ଯଦି ଆପଣଙ୍କ ପାଦ ଫୁଲିଛି, ଚର୍ମ ଛାଡିଛି ବା ଜଳାପୋଡା ଭଳି କୈାଣସି ସମସ୍ୟା ଅଛି ତେବେ ନିୟମିତ ରୂପେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ପ୍ରାତଃକାଳ ସମୟରେ ସବୁଜ ଘାସ ଉପରେ ଚାଲନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ପାଦ ସହିତ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More