ଗୋଲମରିଚର ଏହି ଫାଇଦା ବିଷୟରେ ଜାଣିଲେ ଆପଣ କେବେ ମଧ୍ୟ ଖାଇବାକୁ ଭୁଲିବେ ନାହିଁ ।
ପ୍ରତିଦିନ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ । କିନ୍ତୁ ପ୍ରତ୍ୟେକ ଖାଦ୍ୟଯେ ଆମ ଶରୀରକୁ ରୋଗରୁ ମୁକ୍ତି ଦେଇଥାଏ,ତାହା ଭାବିବା ଆମର ଭୁଲ ଧାରଣା । କାରଣ ପ୍ରତ୍ୟେକରେ ଆଂଟି ବାୟୋଟିକ ଗୁଣ ପାଇବା କଷ୍ଟ । ତେବେ ଆପଣ ଜାଣନ୍ତି କି ଏଭଳି ଖାଦ୍ୟ ଖାଦ୍ୟ ରହିଛି ଯାହା ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ । ଗୋଲ ମରିଚ ମଧ୍ୟ ସେହି ମଧ୍ୟରୁ ଗୋଟିଏ ।
ପ୍ରତିଦିନ ସକାଳେ ଏକ ଗ୍ଲାସ ଉଷୁମ ପାଣି ସହିତ ୫ଟି ଗୋଲମରିଚ ଚୋବାଇ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିଥାଏ । ନିୟମିତ ଏପରି କଲେ ଏଥିରେ ଥିବା ଆଣ୍ଟି ଅକ୍ସି ଡାଣ୍ଟ ଯୋଗୁ କ୍ୟାନସରରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗୋଲମରିଚରେ ପ୍ରୋଟିନ୍ ରହିଥାଏ । ଏହାଦ୍ୱାରା ମାଂସପେଶୀ ମଜଭୁତ ହୁଏ । ଗୋଲମରିଚ ଚୋବାଇ ଖାଇଲେ ଶରୀରରେ ମେଟାବୋଲିଜମ ସ୍ବାଭାବିକ ହୋଇଥାଏ। ଏହା ଓଜନ କମାଇବାରେ ସହାୟକ ହୁଏ। ଗୋଲମରିଚ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।