Only for Entertainment

ପୁରୁଷଙ୍କ ପାଇଁ କ୍ଷୀର କେତେ ଉପକାରୀ ? ଆସନ୍ତୁ ଜାଣିବା

muscleandfitness
0 60

ନିକଟରେ ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ ସକାଳ ଅପେକ୍ଷା ରାତିରେ କ୍ଷୀର ପିଇବା ଦ୍ୱାରା ମାନବ ଶରୀରର ହର୍ମୋନ୍ସ କ୍ଷମତା ଅଧିକ ଇଫେକ୍ଟିଭ୍ ଭାବରେ କାମ କରିଥାଏ । ବିଶେଷ କରି ଏହାର ପ୍ରଭାବ ପୁରୁଷମାନଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏ ସଂକ୍ରାନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

• କ୍ଷୀରରେ ଟ୍ରିପ୍ଟୋଫାନ ଥାଏ । ଯାହା ଶରୀରକୁ ଆରାମ ସହ ଶକ୍ତି ମଧ୍ୟ ଦେଇଥାଏ । ଏହାକୁ ରାତିରେ ଶୋଇଲା ପୂର୍ବରୁ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ ।

• ରାତିରେ କ୍ଷୀର ପିଇବା ଦ୍ୱାରା ମେଟାବଲିଜମ୍ ପ୍ରକ୍ରିୟା ଶୀଘ୍ର ହୋଇଥାଏ । ଏହାଦ୍ୱାରା ମଧ୍ୟ ଖୁବ୍ ଶୀଘ୍ର ଫ୍ୟାଟ୍ ବର୍ଣ୍ଣ ହୋଇଥାଏ ।

• କ୍ଷୀରରେ ଥିବା ଫ୍ୟାଟ୍ ଓ ପୋଷଣ ବିଶେଷ କରି ପୁରୁଷମାନଙ୍କ ହର୍ମୋନ୍ସକୁ ଅଧିକ କ୍ରିୟାଶୀଳ କରିଥାଏ ।

• କ୍ଷୀରରେ ଥିବା କ୍ୟାଲସିୟମ, ସୋଡିୟମ ଓ ପଟାସିୟମ ଭଳି ପୋଷଣ ଶରୀରରୁ ଶକ୍ତି ଯୋଗାଇ ଦେବା ସହ ସତେଜ ମଧ୍ୟ ରଖିଥାଏ ।

• କ୍ଷୀରରେ ସେସିନ ଓ ହ୍ୱେ-ପ୍ରୋଟିନ ରହିଥାଏ, ଯାହା ମାଂସପେଶୀକୁ ଅଧିକ ଶକ୍ତ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More