Only for Entertainment

ଥାଇରଏଡ ସମସ୍ୟାରେ ପୀଡିତ ଥିଲେ ଜାଣନ୍ତୁ କ’ଣ ଖାଇବା ଉଚିତ ଏବଂ ଅନୁଚିତ !

27

ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ,ମୁଣ୍ଡ ବୁଲାଇବା,ଓଜନ ବଢିବା ଏବଂ ମାଂସପେଶୀ ଦୂର୍ବଳ ଲାଗିବା ଭଳି ସମସ୍ୟାର ସମ୍ମୁ୍ଖିନ ହେଉଥିଲେ ତେବେ ଆପଣ ଥାଇରଏଡ୍ ଭଳି ସମସ୍ୟାର ସମ୍ମୁଖୀନ ହୋଇଗଲେ ବୋଲି ଜାଣିନିଅନ୍ତୁ । ଏଭଳି ସମୟରେ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ ।

ଥାଇରଏଡ୍ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ କରନ୍ତୁ ଏହାର ବ୍ୟବହାର :

ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍ ଏବଂ ବିଟା କେରୋଟିନ୍ ତତ୍ତ୍ୱ ଥାଏ ଯାହା ଥାଇରଏଡ୍ ର ହାମୋର୍ସକୁ ନିୟନ୍ତ୍ରିତ କରିଥାଏ । ତେଣୁ ପ୍ରତିଦିନ ଗୋଟିଏ ଲେଖାଁ ଗାଜର ଖାଇଲେ ଥାଇରଏଡ୍ ରୁ ମୁକ୍ତି ମିଳିବ । ଏଥିରେ ଆଇରନ୍ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍ ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ ୨୦ ଦିନ ଲଗାତାର ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ୍ ସମସ୍ୟା କମିଯିବ ।

ସେଓରେ ମଧ୍ୟ ପେକ୍ଟିନ୍ ଏବଂ ଫାଇବର୍ ହୋଇଥାଏ ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ । ଦିନରେ ଗୋଟିଏ ବିଟ୍ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏଥିରେ ଥାଇରଏଡ୍ କମ୍ କରିବାର ତତ୍ତ୍ୱ ଥାଏ । ଏଥିରେ ଇମ୍ୟୁନ୍ ସିଷ୍ଟମ୍ ବଢିଥାଏ ଏବଂ ଥାଇରଏଡ୍ ହରମୋନ୍ ନିୟନ୍ତ୍ରିତ ହୋଇଥାଏ ।

ଯେଉଁ ଲୋକଙ୍କ ଠାରେ ଥାଇରଏଡ୍ ଭଳି ସମସ୍ୟା ଦେଖାଯାଏ ସେମାନେ ଆଖୁ ଖାଆନ୍ତୁ ନାହିଁ । ଥଣ୍ଡାପାନୀୟ,ଦହି,କ୍ୟାଣ୍ଡି,ଚକଲେଟ୍ ,କୁକିଜ୍ ,ପେଷ୍ଟ୍ରୀ ଆଦିର ସେବନ କରନ୍ତୁ ନାହିଁ ।

ଅଧିକ ଲୁଣ ଯୁକ୍ତ ଆହାର :

ଅଧିକ ଲୁଣ ଖାଇବା ଦ୍ୱାରା ଥାଇରଏଡ୍ ଅଧିକ ବଢିଥାଏ । ହାଇପୋଥାଇରଡିଜମ୍ ରେ ଗ୍ରସ୍ଥିତ ଥିବା ଲୋକ ଅଧିକ ଲୁଣ ଖାଇବାରୁ ବଞ୍ଚନ୍ତୁ । ଶୁଦ୍ଧ କ୍ଷୀର ପିଅନ୍ତୁ ନାହିଁ । ଫୁଟିଥିବା କ୍ଷୀର ପିଇବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ପୂର୍ବରୁ ଏହି ରୋଗରେ ପୀଡିତ ଅଛନ୍ତି ତେବେ ଅଧିକ ଉତ୍ତେଜିତ ଥିବା ପଦାର୍ଥ ଖାଆନ୍ତୁ ନାହିଁ । ମିଠା,ଲୁଣି,ରାଗ ଅଧିକ ଖାଆନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More