Only for Entertainment

ମିଳିଗଲା ବେଦରେ ବର୍ଣ୍ଣିତ ଭୀମ କୁଣ୍ଡ, ଦିନେ ଦ୍ରୌପଦୀଙ୍କ ଶୋଷ ମେଂଟାଇଥିଲା

postcardhindi.news
182

ହିନ୍ଦୁ ଧର୍ମ ଏକ ଜ୍ଞାନର ଭଣ୍ଡାର ଏଥିରେ ଅଛପା ନାହିଁ । ପ୍ରତିଦିନ ଏହା ସହିତ ଜଡ଼ିତ କିଛି କିଛି ନୂଆ କଥା ଏବଂ ରହସ୍ୟ ବିଷୟରେ ଶୁଣିବାକୁ ମିଳେ । ଆଜି ମଧ୍ୟ ଆମେ ଆପଣଙ୍କ ସହିତ ସେହିଭଳି ଏକ ରହସ୍ୟ ବିଷୟରେ ଆଲୋଚନା କରିବୁ । ଖବର ଅନୁସାରେ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡର ଛତରପୁର ଜିଲ୍ଲାର ଲୋକମାନେ ଏଠାରେ ଶାସ୍ତ୍ରରେ ବର୍ଣ୍ଣିତ ଭୀମ ନାମକ କୁଣ୍ଡକୁ ଠାବ କରିଛନ୍ତି । ତେବେ ପୃଥିବୀରେ ଭୀମ କୁଣ୍ଡ ମିଳିବା କୌଣସି ଚମତ୍କାର ଠାରୁ କମ ନୁହେଁ । ଆସନ୍ତୁ ଜାଣିବା ଏହି ଅଦ୍ଭୁତ କୁଣ୍ଡ ବିଷୟରେ ଏକ ରହସ୍ୟ ଗାଥା ।

ଏଠାର ଅଧିବାସୀଙ୍କ କହିବା ମୁତାବକ ହିନ୍ଦୁ ଧର୍ମର ପ୍ରାଚୀନ ଶାସ୍ତ୍ରରେ ଭୀମ କୁଣ୍ଡ ବିଷୟରେ ବର୍ଣ୍ଣିତ । ଯେବେ ମହାଭାରତରେ ପଂଚୁ ପାଣ୍ଡବ ବନବାସ ଜୀବନ ବିତାଉଥିଲେ, ସେହି ସମୟରେ ଭୀମ ତାଙ୍କ ଗଦା ସାହାଯ୍ୟରେ ଏହି କୁଣ୍ଡ ନିର୍ମାଣ କରିଥିଲେ । ଏଭଳିକି ବୈଜ୍ଞାନିକ ମଧ୍ୟ ଏହାର ରହସ୍ୟ ଜାଣିବାରେ ଅସଫଳ ରହିଲେ ।

ବେଦ ଅନୁସାରେ ଥରେ ପାଣ୍ଡବ ଏହି ରାସ୍ତା ଦେଇ ଯିବା ସମୟରେ ଦ୍ରୌପଦୀଙ୍କୁ ଖୁବ ଶୋଷ ହେଲା, କିନ୍ତୁ ପାହାଡ଼ ସ୍ଥାନରେ ପାଣି ଖୋଜିବା କଷ୍ଟ କାମ ଥିଲା । ଯାହାପରେ ଜ୍ୟୋତିଷ ଶାସ୍ତ୍ର ଜାଣିଥିବା ନକୁଳ ଏବଂ ସହଦେବ ପାଣି ଥିବା ସ୍ଥାନ ବିଷୟରେ ସୂଚନା ଦେଲେ ଏବଂ ଭୀମ ଗଦାରେ ସେହି ସ୍ଥାନକୁ ପ୍ରହାର କରି ଜଳ ବାହାର କଲେ । ଲୋକଙ୍କ କହିବା ଅନୁସାରେ ସତ୍ୟଯୁଗରେ ଭୀମ ମାରିଥିବା ପ୍ରହାରର ଦାଗ ଏବେ ମଧ୍ୟ ସେଠାରେ ରହିଛି । ଏହା ବିଷୟରେ ଯେତେ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ସଫଳ ହୋଇପାରି ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More