Only for Entertainment

ଅନୁପ ଜଲୋଟା ଏବଂ ଜସଲିନଙ୍କ ସମ୍ପର୍କକୁ ନେଇ ଭଜନ ସମ୍ରାଟଙ୍କ ପୁର୍ବପତ୍ନୀଙ୍କ ବଡ ବୟାନ !

jansatta
0 78

ବିବାଦୀୟ ସିିରିଅଲ ବିଗବସ୧୨ର ପ୍ରତିଯୋଗୀ ଅନୁପ ଜଲୋଟା ଏବଂ ଜସଲିନ ମାଥୁର ପ୍ରିିମିୟର ଏପିସୋଡରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଦୁହେଁ ବିଗବସ ଷ୍ଟେଜରେ ନିଜ ସମ୍ପର୍କକୁ ସମାଜରେ ସ୍ୱୀକାର କରିଥିଲେ ଯାହା ପରେ ଏହା ଚର୍ଚ୍ଚାର ରୂପ ନେଇଛି । ଏବେ ଦୁହେଁ ବିଗବସ ଘରେ ଥିବାରୁ ମିଡିଆ ତାଙ୍କୁ କୌଣସି ପ୍ରଶ୍ନ ପଚାରି ପାରୁ ନାହିଁ ମାତ୍ର ତାଙ୍କ ସମ୍ପର୍କୀୟଙ୍କ ଠାରୁ ବଡ ବଡ ବୟାନ ସାମ୍ନାକୁ ଆସିଛି ।

କିଛି ଦିନ ତଳେ ଜସଲିନଙ୍କ ବାପା ଏ ସମ୍ପର୍କରେ ମୁହଁ ଖୋଲିଥିଲେ ଯେ ତାଙ୍କୁ ଏସବୁ ବିଷୟରେ ଜଣା ନଥିଲା । ଏବେ ଏବେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଅନୁପ ଜଲୋଟାଙ୍କ ପୂର୍ବ ପତ୍ନୀ ସୋନାଲୀ ରାଠୋଡ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ତାଙ୍କ ପୂର୍ବ ପତିଙ୍କ ବିଷୟରେ କାହିଁକି ଭାବିବେ ? ସେ ଏ ସମ୍ପର୍କକୁ ବାଦ୍ ଦେଇ ଖୁବ ବଢିଗଲେଣି ଏବଂ ସେ ତାଙ୍କ ଜୀବନରେ ଖୁସି ଅଛନ୍ତି । ଏହାପରେ ସେ ଅନୁପଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଅନୁପ ୩ଟି ବିବାହ କରିଥିଲେ । ସୋନାଲୀ ତାଙ୍କର ପ୍ରଥମ ପତ୍ନୀ ଅଟନ୍ତି । ଅନୁପଙ୍କ ସହ ବିଚ୍ଛେଦ ହେଲା ସେ ଗାୟକ ରୂପ କୁମାର ରାଠୋଡଙ୍କୁ ବିବାହ କରି ନିଜ ଜୀବନରେ ଖୁସି ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More