Only for Entertainment

ଆପଣଙ୍କ ଚେହେରାର ଏହି ଅଂଶଟି ଖାଲି ଖାଲି ଲାଗୁଛିକି?

33

ଯଦି ଆପଣଙ୍କ ମୁହଁରେ ସୁନ୍ଦର ଆଇବ୍ରୋ ନଥାଏ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ । ତେଣୁ ସେ ସବୁ ପ୍ରତି ଯଥା ଦୃଷ୍ଟି ଦେବା ଉଚିତ । ଆଜିକାଲି ମୋଟା ଆଇବ୍ରୋ ଟ୍ରେଣ୍ଡ ଅଛି। ତେଣୁ ପତଳା ଆଇବ୍ରୋ ଥିବା ମହିଳା ଯେତେ ମେକଅପ୍‌ ନେଲେ ମଧ୍ୟ ଆଟ୍ରାକ୍ଟିଭ ଲାଗିନଥାନ୍ତି। ଏଥିଲାଗି ମହିଳାମାନେ ଆର୍ଟିଫିସିଆଲ ରୂପରେ ଏହାକୁ ମୋଟା କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଆପଣ ଘରୋଇ ଉପାୟରେ ବହୁ କମ୍‌ ଖର୍ଚ୍ଚରେ  ମଧ୍ୟ ପାଇପାରିବେ ସୁନ୍ଦର ମୋଟା ଆଇବ୍ରୋ।

ଆପଣ ଲେମ୍ବୁ ଓ ନଡ଼ିଆ ତେଲର ସହାୟତରେ ଘନ ଓ ଆକର୍ଷଣୀୟ ଆଇବ୍ରୋ ପାଇପାରିବେ। ଏଥିଲାଗି ଆପଣ ଏକ ଚାମଚ ନଡ଼ିଆ ତେଲରେ ୨ ଚାମଚ ଲେମ୍ବୁ ଚୋପାର ପାଉଡ଼ର ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ସବୁଦିନ ଶୋଇବା ପୂର୍ବରୁ ଆଇବ୍ରୋରେ ଲଗାଇ ଦିଅନ୍ତୁ। ସକାଳେ ଉଠିବା ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଆଇବ୍ରୋ ବେଶ ଘନ ଓ ମୋଟା ହେବ।ଆପଣ ମୋଟା, ଗହଳ ଆଇବ୍ରୋ ଚାହୁଁଥିଲେ ଏପରି ଶସ୍ତା ଓ ସହଜ ପ୍ରଣାଳୀ ଆପଣାନ୍ତୁ। ଘରେ ଥିବା ଜୈତୁନ ତେଲକୁ ରାତିରେ ଲଗାଇ ହାଲକା ଭାବେ  କିଛି ସମୟ  ଆଇବ୍ରୋକୁ ମସାଜ କରନ୍ତୁ।  ସକାଳେ ଉଠିବା ପରେ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ଭାବେ  କଲେ ଆପଣ ଫାଇଦା ଅନୁଭବ କରି ପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More