Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଗାଜର ଖିରି

Archana's Kitchen
0 97

ଆପଣଙ୍କୁ ଯଦି ମିଠା ଖାଇବା ପାଇଁ ପସନ୍ଦ ତେବେ ଆପଣ ଘରେ ଗାଜର ଖିରି ପ୍ରସ୍ତୁତ କରି ଖାଇପାରିବେ । ଏହାକୁ ପ୍ରସ୍ତୁତ କରିବା ସହଜ ଏବଂ ଖାଇବା ପାଇଁ ଟେଷ୍ଟି ମଧ୍ୟ ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ସାମଗ୍ରୀ-

ଗାଜର- ୨୦୦ ଗ୍ରାମ
କ୍ଷୀର- ୧ ଲିଟର
କାଜୁ- ୧ ଚାମଚ
କିଶମିଶ- ୧ ଚାମଚ
ପେସ୍ତା ବାଦାମ- ୧ ଚାମଚ
ବ୍ରାଉନ ସୁଗାର- ୭୦ ଗ୍ରାମ
ଗୁଜୁରାତି ପାଉଡର- ୧/୪ ଚାମଚ

ପ୍ରଣାଳୀ-

– ପ୍ରଥମେ ଗାଜରକୁ ସରୁ ସରୁ ଛୋଟ କରି କାଟି ଦିଅନ୍ତୁ ।

– ଏହାପରେ ଏକ ପ୍ୟାନରେ ୧ ଲିଟର କ୍ଷୀର କମ ଆଂଚରେ ବଶାଇ ଫୁଟାନ୍ତୁ ।

– କ୍ଷୀର ଭଲଭାବେ ଫୁଟିବା ପରେ ଏଥିରେ ଗାଜର ପକାଇ ୩ ରୁ ୫ ପର୍ଯ୍ୟନ୍ତ ଫୁଟାନ୍ତୁ ।

– ବର୍ତ୍ତମାନ ଏଥିରେ ୧ ଚାମଚ କାଜୁ, ୧ ଚାମଚ ବାଦାମ, ୧ ଚାମଚ କିଶମିଶ ପକାନ୍ତୁ ମିଶାନ୍ତୁ ।

– ଏହାପରେ ୭୦ ଗ୍ରାମ ବ୍ରାଉନ ସୁଗାର ଏବଂ ଗୁଜୁରାତି ପାଉଡର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।

– ଆପଣଙ୍କର ଗାଜର ଖିରି ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଏହାକୁ ଗରମ ଗରମ ସର୍ଭ କରନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More