Only for Entertainment

ବାପାଙ୍କ ଗାଳି ପଡିଲା ମହଙ୍ଗା. ପିଲାଟି ନେଲା ଭୟଙ୍କର ପ୍ରତିଶୋଧ, ଦେଖନ୍ତୁ ଭିଡିଓ ।

panjab keshri
0 92

ଆଜିକାଲିର ଶିଶୁଙ୍କ ସହନଶୀଳ କ୍ଷମତା ଏତେମାତ୍ରାରେ କମି ଗଲାଣି ଯେ ବାପାମା’ ହୁଅନ୍ତୁ କି ଶିକ୍ଷକ ତାଙ୍କର ଗାଳି ସହି ନପାରି ରାଗ ଦେଖାନ୍ତି ଏବଂ ତାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଅନେକ ପଦକ୍ଷେପ ଉଠାନ୍ତି । ଏହିଭଳି କିଛି ଚୀନର ଏକ ଭିଡିଓରେ ଦେଖିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଏକ ୧୨ବର୍ଷ ଶିଶୁ ୫ମହଲାର ଝରକାରୁ ବାହାରି ଅନ୍ୟ ଏକ ଝରକା ଉପରେ ଶୋଇଥିବାର ଦେଖିବାକୁ ମିଳିଛି । ଏହାର କାରଣ ହେଉଛି ଶିଶୁଟିର ବାପାଙ୍କ ଗାଳି । ଦେଖା ଯାଏ ଯେ ଯେତେବେଳେ ପିଲା ନଶୁଣେ ବାପା ପିଲାକୁ ଗାଳି କରନ୍ତି ଏବଂ ଭଲ ବାଟରେ ଯିବା ପାଇଁ କୁହନ୍ତି । ମାତ୍ର ଏହି ପିଲା ଏଭଳି ଭୟାନକ ପଦକ୍ଷେପ ନେଇଥିବାରୁ ଲୋକମାନେ ଚକିତ ହୋଇପଡିଛନ୍ତି ।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ମୁତାବକ ବୁଧବାର ଦିନ ଚୀନର ଜିଆଙ୍ଗକୋଉ ସହରରେ ଏକ ଶିଶୁ ବିଛଣାରୁ ନ ଉଠିବା କାରଣରୁ ତାଙ୍କ ବାପା ତାଙ୍କୁ ଗାଳି କରିଛନ୍ତି । ପିଲାଟି ଏତେ ରାଗି ଯାଇଥିଲା ଯେ ବେଡରୁମର ଝରକାରୁ ତଳକୁ ଓଲ୍ହାଇ ପଡିଥିଲା ଏବଂ ଅବ୍ୟ ଏକ ଝରକା କାନ୍ଥ ଉପରେ ଶୋଇପଡିଲା । ଏହା ଦେଖି ପିଲାଟିର ବାପା ଏବଂ ଅନ୍ୟଲୋକଙ୍କର ନିଃଶ୍ୱାସ ଅଟକି ଯାଇଥିଲା ଏବଂ ପିଲାଟିକୁ ତଳକୁ ଆଣିବା ପାଇଁ ଅଗ୍ନିଶମ ବିଭାଗକୁ ଡକାଗଲା । ଭିଡିଓରେ ଆପଣ ଦେଖିପାରୁଥିବେ କିଭଳି ପିଲାଟିକୁ ସିଢି ସାହାଯ୍ୟରେ ତଳକୁ ଅଣାଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More