ବିଶ୍ୱର ସବୁଠାରୁ ମୂଲ୍ୟବାନ ଚାହା, ଗୋଟିଏ କପ୍ ର ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
‘ଡା ହୋଙ୍ଗ୍ ପାଓ’ ବିଶ୍ୱର ସବୁଠାରୁ ମୂଲ୍ୟବାନ ଚାହା। ଏକ ଗ୍ରାମ୍ ‘ଡା ହୋଙ୍ଗ୍ ପାଓ’ର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଲକ୍ଷେ ଟଙ୍କା। ଏକ ପଟ୍ ଚାହାର ମୂଲ୍ୟ ୬.୭ ଲକ୍ଷ ଟଙ୍କା। ଚାଇନିଜ୍ ଚାହା ବିଶେଷଜ୍ଞ ଜିଆଙ୍ଗ୍ନିଙ୍ଗ୍ ହୁ କହନ୍ତି, ଅତ୍ୟନ୍ତ ବିରଳ ହୋଇଥିବାରୁ ଏ ଭଳି ଦୁର୍ମୂଲ୍ୟ। କେବଳ ଚାଇନାର ଫୁଜିଆନ୍ ପ୍ରଦେଶ ଅନ୍ତର୍ଗତ ଉଇ ପର୍ବତରେ ଏହି ଚାହା ଗଛ ଦେଖାଯାଏ। ତାହା ପୁଣି ଅତ୍ୟନ୍ତ ବିରଳ। ଏହା ଚାଷ କରାଯାଏ ନାହିଁ। ପ୍ରାକୃତିକ ଭାବେ ଗଛ ଉଠେ ଓ ପତ୍ର କଅଁଳେ।
ପ୍ରତି ବର୍ଷ ବସନ୍ତ ଋତୁରେ ଚାହା ପତ୍ର ତୋଳାଳିମାନେ ଉଇ ପର୍ବତକୁ ଯାଇ, ‘ଡା ହୋଙ୍ଗ୍ ପାଓ’ ଗଛରେ ପତ୍ର କଅଁଳୁ ବୋଲି ଚାହା ଦେବତା ଲୁ ୟୁଙ୍କୁ ପ୍ରାର୍ଥନା କରନ୍ତି। ପତ୍ର କଅଁଳିବାକୁ ସେମାନେ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତି। କଅଁଳିବା ପରେ ପ୍ରତି ଦିନ ଛେଳି ଖିରରେ ପୋଛାଯାଏ। ପତ୍ର ତୋଳାହେବା ପରେ ଶୁଖାଇ କୌଣସି ଗୋପନୀୟ ପଦ୍ଧତିରେ ଉପଚାର କରାଯାଏ। ଉପଚାର ଅଶୀ ବର୍ଷ ଚାଲେ। ଅଶୀ ବର୍ଷ ପରେ, ‘ଡା ହୋଙ୍ଗ୍ ପାଓ’ ପାନୀୟ ଉପଯୋଗୀ ହୁଏ।