Only for Entertainment

ଆଖିକୁ କ୍ଷତି ପହଂଚାଇପାରେ ଏହି ଜିନିଷ ।

papular world
48

ସୁନ୍ଦରୀ ହେବାକୁ ସମସ୍ତେ ଚାହାଁନ୍ତି । ସେଥିପାଇଁ ଭିନ୍ନ ଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରନ୍ତି । କିନ୍ତୁ ବେଳେବେଳେ ଏହି ବିୟୁଟ ପ୍ରଡକ୍ଟସ ବ୍ୟବହୃତ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ । ସେହିଭଳି ଏକ ପ୍ରଡକ୍ଟ ହେଉଛି ଆଇଲାସେସ ।

 

ନକଲି ଆଇଲାସେସ୍‌ ଆପଣଙ୍କ ଆଖିକୁ ମଇଳା ଆସିବାକୁ ଦିଏନାହିଁ, ଏହା ସତ। କିନ୍ତୁ ଏହା ଦ୍ୱାରା ଆପଣ ନିଜର ପ୍ରାକୃତିକ ଆଇଲାସେସ୍‌ଠାରୁ ଦୂରେଇ ରହିଥାନ୍ତି। ଅନେକ ସମୟରେ ଏପରି ପରିସ୍ଥିତି ହୋଇଥାଏ ଯେ, ଆପଣଙ୍କ ଆଇସାସେସ୍‌ ଝଡ଼ିବାକୁ ଆରମ୍ଭ କରେ ଏବଂ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହୋଇଥାନ୍ତି।  ଯଦି ଆପଣଙ୍କ ଆଖିରେ କେଶ ଝଡ଼ିବାକୁ ଆରମ୍ଭ ହୁଏ, ତେବେ ଆପଣଙ୍କ ଆଖି ପତାରେ ବ୍ୟାକ୍ଟେରିଆ ସୃଷ୍ଟି ହେବା ସହଜ ହୋଇଥାଏ। ଏହାର କାରଣ ବଜାରରେ ମିଳୁଥିବା ଆଇଲାସେସ୍‌ର କେମିକାଲ୍ । ଯାହାର ପ୍ରଭାବ ଆପଣଙ୍କ ଆଖି ଉପରେ ପଡ଼ିବା ଦ୍ୱାରା ଇନ୍‌ଫେକ୍‌ସନ୍‌ ହୋଇଥାଏ।

ଆଖିରେ ଅଧିକ ମେକ୍‌ଅପ୍‌ ନେବା ପରେ ଆଖି ଜଳାପୋଡ଼ା ହେବା ସହିତ ଏକ ସମସ୍ୟା ସୃଷ୍ଟି ହୋଇଥାଏ, ଯାହାର ନାମ ହେଉଛି (madarosis)। ଏହା ଆଖି ପତା ଝଡ଼ିବା ଜନିତ ଏକ ରୋଗ।
ଏହା ସହିତ ନକଲି ଆଇଲାସେସ୍‌ ଆପଣଙ୍କ ପ୍ରାକୃତିକ ଆଇଲାସେସ୍‌କୁ କ୍ଷତି ମଧ୍ୟ ପହଞ୍ଚାଇଥାଏ।
ମେକଅପ୍‌ ପରେ ଆପଣ ଯେବେ ଏହି ଆଇଲାସେସ୍‌କୁ ବାହାର କରିଥାନ୍ତି, ସେହି ସମୟରେ ଆପଣଙ୍କ ଆଖିପତା ଭିଡ଼ି ହୋଇ କେଶ ମଧ୍ୟ ଝଡ଼ି ଯାଇଥାଏ।

ଶୋଇବାକୁ ଯିବା ପୂର୍ବରୁ ମେକଅପ୍‌ ସଫା କରନ୍ତୁ। ଏଥିରେ ରହିଥିବା କେମିକାଲ୍‌ ଆପଣଙ୍କ ଆଖିକୁ ଇନ୍‌ଫେକ୍‌ସନ୍‌ କରିଥାଏ।

ଆପଣ ନିଜ ମୁଣ୍ଡ କେଶକୁ ଧୋଇବା ପରି ଆଇଲାସେସ୍‌କୁ ମଧ୍ୟ ଧୁଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଆଖି ପତାରେ ରକ୍ତ ସଂଞ୍ଚାଳନ ହୋଇଥାଏ ଏବଂ କେଶ ବୃଦ୍ଧି ପାଇଥାଏ।

ଯେତେ ସମ୍ଭବ କମ୍‌ ପରିମାଣର ଆଇଲାସେସ୍‌ ବ୍ୟବହାର କରନ୍ତୁ।

 

ଭିଟାମିନ୍‌ ‘ଇ’ ଯୁକ୍ତ ତେଲକୁ ଆଖି ପତାରେ ଲଗାନ୍ତୁ। ଏହା ଆପଣଙ୍କ ଦୁର୍ବଳ ଆଖି ପତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ଏହା ସହିତ ଅଲିଭ୍‌ ଅଏଲ୍‌ ମଧ୍ୟ ଆପଣଙ୍କ ଆଖି ପତାର କେଶକୁ ବୃଦ୍ଧି କରିବା ସହିତ ମଶ୍ଚୁରାଇଜ୍‌ କରି ରଖିବାରେ ସାହାଯ୍ୟ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More