ମଣିଷ ଠାରୁ ବଳିଗଲା କୁକୁର, ନଖ ନକାଟିବା ପାଇଁ କଲା ଜବରଦସ୍ତ ଆକ୍ଟିଂ ! ଦେଖନ୍ତୁ ଭାଇରାଲ ଭିଡିଓ
ଯଦି ବେଷ୍ଟ ଆକ୍ଟର ଆୱାର୍ଡ ଦିଆଯାଏ ତେବେ ଏହି କୁକୁରଟି ନିଶ୍ଚିତ ଭାବେ ନୋମିନେସନରେ ସାମିଲ ହେବ । କାରଣ କୁକୁରଟି ଯେଉଁଭଳି ଚେତା ହରାଇବାର ଅଭିନୟ କରୁଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁକୁରଟିର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବତୀ ଜଣଙ୍କ କୁକୁରର ନଖ କାଟିବା ପାଇଁ ନେଲ କଟର ନେଇ କୁକୁରର ଗୋଡକୁ ଧରନ୍ତି । ଏହା ପରେ କୁକୁରଟି ସ୍ଲୋ ମୋସନରେ ଚେତା ହରାଇବାର ନାଟକ କରି ତଳେ ପଡିଯାଏ ।
The Academy Award for best dramatic performance goes to… pic.twitter.com/ErlQc2JcpQ
— ℝ?????? (@Rashona) September 6, 2019
ତିନି ଦିନ ପୂର୍ବେ ଏହି ଭିଡିଓକୁ ରେଡିଟରେ ଅପଲୋଡ କରାଯାଇଛି । ଟ୍ୱିଟରରେ ମଧ୍ୟ ଅନେକ ଏହି ଭିଡିଓକୁ ସେୟାର କରିଛନ୍ତି । ଭିଡିଓକୁ ଏପର୍ଯ୍ୟନ୍ତ ୫ ମିଲିଅନରୁ ଅଧିକ ଭ୍ୟୁଜ ମିଳି ସାରିଛି ଏବଂ ଲୋକେ ଖୁବ କମେଣ୍ଟ ମଧ୍ୟ କରୁଛନ୍ତି । କେତେକ ଲୋକେ କୁକୁରକୁ ଓସ୍କାର ଆୱାର୍ଡ ଦେବା ପାଇଁ ଅପିଲ କରିଛନ୍ତି ।