Only for Entertainment

ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଦୂତୀ ଚାନ୍ଦ : ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଲେ, ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି

DNA India
44

ନିଜ ଜୀବନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ଭାରତର ଆଗ ଧାଡିର ସ୍ପ୍ରିଂଟର ଦୂତୀ ଚାନ୍ଦ । ଦୂତୀ କହିଛନ୍ତି ସେ ଏବେ ସମଲିଂଗୀ ସଂପର୍କରେ ଅଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ବେଳେ ସେ ଏନେଇ ଖୁଲାସା କରିଛନ୍ତି । ଇଣ୍ଡିଆନ୍ ଏକ୍ସପ୍ରେସ, ଦ କ୍ୱିଂଟ୍, ଇଣ୍ଡିଆ ଟୁଡେ ଓ ଡିଏନଏରେ ଏନେଇ ଖବର ପ୍ରକାଶ ପାଇଛି । ଦୂତୀଙ୍କର ସାଥୀ ଜଣକ ଜଣେ ଝିଅ ।

dutee chand
ଦୂତୀଙ୍କ ସୂଚନା ଅନୁସାରେ ତାଙ୍କର ଏହି ସାଥୀ ତାଙ୍କ ନିଜ ସହରର । ତେବେ ତାଙ୍କର ଏହି ସାଥୀ ଜଣକ କିଏ, ସେ ନେଇ କିଛି ବି ଅଧିକ ଖୁଲାସା କରିନାହାନ୍ତି ସେ । ସମଲିଙ୍ଗୀ ସଂପର୍କରେ ଥିବା ନେଇ ଘୋଷଣା କରିବା ପରେ, ଏପରି କରିବାରେ ଦୂତୀ ଏବେ ଦେଶର ପ୍ରଥମ ଆଥଲେଟ୍ ହୋଇଛନ୍ତି । ଜାତୀୟ ଗଣମାଧ୍ୟମକୁ ଦୂତୀ କହିଛନ୍ତି ସେ ତାଙ୍କ ଜୀବନର ଜଣେ ସାଥୀଙ୍କୁ ପାଇଛନ୍ତି । ସମସ୍ତେ ନିଜ ନିଜ ଜୀବନ ସାଥୀ ଚୟନରେ ସ୍ୱାଧୀନତା ପାଇବା ଦରକାର ବୋଲି ସେ କହିଛନ୍ତି । ଏହାସହ ସମଲିଙ୍ଗୀ ଅଧିକାରକୁ ନେଇ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନଙ୍କୁ ସେ ସମର୍ଥନ କରୁଥିବା ଜଣାଇଛନ୍ତି । ଏହା ଏକ ବ୍ୟକ୍ତିଗତ ଜୀବନର କଥା । ସେ ଏବେ ବିଶ୍ୱ ଚାମ୍ପିଅନସିପ୍ ଉପରେ ଫୋକସ୍ କରୁଛନ୍ତି ।

ତେବେ ଆଗକୁ ତାଙ୍କ ସହିତ ଘର କରିବେ ବୋଲି ଦୂତୀ ସୂଚନା ଦେଇଛନ୍ତି । ଅଲମ୍ପିଆନ୍ ଆଥଲେଟ୍ ଦୂତୀ ଚାନ୍ଦ ୨୦୧୮ ମସିହାରେ ଏସିଆନ୍ ଗେମସରେ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ସିଲଭର ମେଡାଲ ଜିତିଥିଲେ । ଏସିଆନ୍ ଗେମ୍ସରେ ୧୦୦ ମିଟରରେ ୨୦ ବର୍ଷ ପରେ ସେ ଦେଶକୁ ଦେଇଥିଲେ ସିଲଭର ମେଡାଲ । ସେହିପରି ୨୦୦ ମିଟରରେ ଦେଶକୁ ୧୬ ବର୍ଷ ପରେ ସେ ଦେଇଥିଲେ ମେଡାଲ । ତେବେ ସମଲିଙ୍ଗି ସଂପର୍କର ଖୁଲାସା କରିବା ପରେ ସାରା ଦେଶରେ ଏବେ ଚର୍ଚାର କେନ୍ଦ୍ରକୁ ଆସିଛନ୍ତି ଏହି ଓଡିଆ ଆଥଲେଟ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More