ଜିମ ଯାଇ ମୋଟାପଣ କମାଇବା ପାଇଁ ପ୍ରତିମାସ ଲୋକେ ୩ରୁ ୪ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଯଦି ଆପଣ ପ୍ରତିଦିନ ମାତ୍ର ଅଧ ଘଂଟା ଚଲାବୁଲା ଏବଂ କିଛି ସହଜ ତରିକା ଆପଣାନ୍ତି ତେବେ ଆପଣଙ୍କ ଓଜନ କମିବା ଖୁବ୍ ସହଜ ହୋଇଯିବ । ତେବେ ଆଖୁ ରସ ପିଇ ଆପଣ ଅତି ସହଜରେ ଓଜନ କମାଇପାରିବେ । କାରଣ ଏହା ଶରୀରର ଖରାପ କଲେଷ୍ଟ୍ରୋଲର ମାତ୍ରାକୁ କମ୍ କରିଦେଇଥାଏ । ଏହାବ୍ୟତୀତ ଏଥିରେ ପ୍ରଚୁର ପରିମାଣରେ Soluble fiber ଭରି ରହିଛି । ଗୋଟିଏ ଗ୍ଲାସ ଆଖୁ ରସରେ ୧୩ ଗ୍ରାମ ଡାଇଟରୀ ଫାଇବର ରହିଥାଏ । ଯାହାକି ପେଟ ସହଜରେ ସଫା ହୋଇଯାଇଥାଏ । ଏବଂ ଶରୀରର ଚର୍ବି ବି କମି ଯାଇଥାଏ ।

ସୂଚନା ମୁତାବକ, ଆଖୁ ରସରେ ଫ୍ୟାଟ ନଥାଏ । ଏହା ୧୦୦ ପ୍ରତିଶତ ପ୍ରାକୃତିକ । ଏଥିରେ ୧୧୧ କ୍ୟାଲୋରୀ, ୨୭ ଗ୍ରାମ କାର୍ବୋଡ୍ରେଟ ଏବଂ ୦.୨୭ ଗ୍ରାମର ପ୍ରୋଟିନ ରହିଥାଏ । ଯାହାକି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହାଛଡା ଏଥିରେ ଫସଫୋରସ, କ୍ୟାଲସିୟମ, ପୋଟାସିୟମ ଏବଂ ଭିଟାମିନ ଏ,ବି-କମ୍ପେ୍ଲକ୍ସ ମଧ୍ୟ ଉପଲବ୍ଧ । ଏଥିରେ ମାତ୍ର ୩୦ ଗ୍ରାମର ନାଚୁରାଲ ସୁଗାର ରହିଛି । ଅର୍ଥାତ୍ ଓଜନ କମ କରିବା ସହିତ ହିଁ ଏହା ଶରୀରରୁ ଶକ୍ତି ମଧ୍ୟ ଦେଇଥାଏ ।

ଆଖୁ ରସ ମୋଟାପଣ କମ କରିବା ଲାଭକାରୀ ହେବ, ଯେତେବେଳେ ଏହାକୁ ଠିକ୍ ସମୟରେ ସେବନ କରିବେ ଏବଂ ସଠିକ୍ ତରିକାରେ କରାଯିବ । ଆଖୁ ରସ ଖାଲି ପେଟରେ ଆଦୌ ପିଅନ୍ତୁ ନାହିଁ । ଖାଦ୍ୟ ଖାଇବା ପରେ ସକାଳେ କିମ୍ବା ଦିନ ୧ଟା ପୂର୍ବରୁ ଆଖୁ ରସ ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ । ଏହି ସମୟରେ ଆମର ମେଟାବଲିକ ରେଟ ସବୁଠାରୁ ଅଧିକ ହୋଇଥାଏ । ସଂଧ୍ୟା ସମୟରେ ଆଖୁ ରସ ଆଦୌ ପିଅନ୍ତୁ ନାହିଁ । କାହିଁକି ନା, ଏହି ସମୟରେ ପାଚନକ୍ରିୟା ଦୁର୍ବଳ ହୋଇଥାଏ ।