Only for Entertainment

ଛଅ ଚାମଚରୁ ଅଧିକ ଚିନିର ବ୍ୟବହାର ନେଇ ପାରେ ଆପଣଙ୍କ ଜୀବନ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

google
34

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦୁନିଆର ପ୍ରତ୍ୟେକ ଦେଶରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ବ୍ୟକ୍ତ କରି ଚିନିର ବ୍ୟବହାର କମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ଭାରତରେ ୨୦୨୦ ମଧ୍ୟରେ ପାଖାପାଖି ୩୫କୋଟି ଲୋକ ଗମ୍ଭୀର ରୋଗରେ ପିଡିତ ହେବେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନି ସହିତ ଲୁଣ ଏବଂ ତେଲ କମ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ଚିନି, ଲୁଣ ଏବଂ ତେଲ ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ୱାରା ଟାଇପ ୨ ଡାଇବେଟିସ, ମେଟାପା, ହାଇପରଟେନସନ, ହାର୍ଟ ଆଟାକ ଏବଂ କିଡନି ପରି ଘାତକ ରୋଗ ହୋଇପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦିନକ ମଧ୍ୟରେ କେବଳ ୬ ଚାମଚ ଚିନି ଖାଇବା ଦରକାର । ଏହା ବ୍ୟତିତ ପୂରା ଦିନରେ ମାତ୍ର ଗୋଟିଏ ଚାମଚ ଲୁଣ ଏବଂ ୪ ଚାମଚ ତେଲ ବ୍ୟବହାର କରିବା ଉଚିତ । କିନ୍ତୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ରିପୋର୍ଟରେ ଯାହା ଉଲ୍ଲେଖ ଅଛି ତାହା ଖୁବ ଚିନ୍ତା ଜନକ ଅଟେ । କାରଣ ଭାରତରେ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୧୬ ରୁ ୨୦ ଚାମଚ ଚିନି, ୨-୩ ଚାମଚ ଲୁଣ ଏବଂ ପାଖାପାଖି ୮ ଚାମଚ ତେଲ ଖାଇବାରେ ସାମିଲ କରିଥାନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, କେବଳ ଚା କିମ୍ବା କୌଣସି ଜିନିଷରେ ଯେଉଁ ଚିନି ଆମେ ବ୍ୟବହାର କରୁଛି କେବଳ ତାହା ନୁହେଁ ଆମେ ଖାଇବା ପିଇବାରେ ସାମିଲ ଫଳ ଏବଂ ସେହିପରି ଭେଜନରେ ଚିନି ଆମ ଶରୀରକୁ ଯାଇଥାଏ । ସୁଗାର ଅନେକ ପ୍ରକାରର ହୋଇଥାଏ ଯେପରି ମାଲଟୋଜ, ଫ୍ରକ୍ଟୋଜ, ସୁକ୍ରୋଜ, ଗ୍ୟାଲେକ୍ଟୋଜ ଏବଂ ଲ୍ୟାକଟୋଜ ।

ଲ୍ୟାକ୍ଟୋଜ- କ୍ଷୀର

ପ୍ରକ୍ଟୋଜ-ଫଳ, ମହୁ ଏବଂ ପରିବା
ସୁକ୍ରୋଜ- ଚିନି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More