Only for Entertainment

ଫେକ ଫେସବୁକ ଆକାଉଂଟ ଚଲାଇବା ହୋଇଯିବ ଅଧିକ କଷ୍ଟସାଧ୍ୟ । ଆପଣ ମଧ୍ୟ ବ୍ୟବହାର କରୁନାହାଁନ୍ତି ତ?

yiteretech.com
0 53

ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ଫେକ ଆକାଉଂଟ ବଢୁଥିବାକୁ ନେଇ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏଭଳି ୟୁଜର ଯେଉଁମାନଙ୍କର ଆମେରିକାରେ ମଧ୍ୟ ଅଧିକ ଫଲୋର୍ସ ଅଛନ୍ତି ସେମାନଙ୍କୁ ଅଥୋରାଇଜେସନ ମାଗିଛି ଫେସବୁକ । ଫେସବୁକର କହିବା ଅନୁସାରେ ଆମେ ସେମାନଙ୍କ ସହିତ ପେଜ ପବ୍ଲିସିଙ୍ଗ ଅଥୋରାଇଜେସନ ଆରମ୍ଭ କରୁଛୁ ଯେଉଁମାନେ ଆମେରିକାରେ ଅଧିକ ଦର୍ଶକଙ୍କ ସହିତ ପେଜ ମ୍ୟାନେଜ କରୁଛନ୍ତି ।

କାଲିଫର୍ଣ୍ଣିଆ ସ୍ଥିତ କମ୍ପାନୀର କହିବା ଅନୁସାରେ ଯେଉଁ ଲୋକମାନେ ଏଭଳି ପେଜ ମ୍ୟାନେଜ କରୁଛନ୍ତି ,ସେମାନେ ପୋଷ୍ଟ ପ୍ରକ୍ରିୟା ଜାରି ରଖିବା ପାଇଁ ଆଥୋରାଇଜେସନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ । ଏହା ଦ୍ୱାରା ଯେଉଁମାନେ ଫେକ ଆକାଉଂଟ ଦ୍ୱାରା ପେଜ ମ୍ୟାନେଜ କରୁଛନ୍ତି ସେମାନଙ୍କ ପାଇଁ ସମସ୍ୟା ବଢିଯିବ ।

ନୂଆ ପଦକ୍ଷେପ ପରେ ଫେସବୁକ ମ୍ୟାନେଜରକୁ ତାଙ୍କ ଆକାଉଂଟକୁ ଟୁ ଫ୍ୟାକ୍ଟର ଅଥେଂଟିକେସନରୁ ସିକ୍ୟୋର କରିବା ପାଇଁ କୁହାଯିବ । ଏହା ସହିତ ସେମାନଙ୍କ ପ୍ରାଇମେରୀ ହୋମ ଲୋକେସନକୁ କନଫର୍ମ କରିବା ପାଇଁ କୁହାଯିବ । ଫେସବୁକର ଖବର ଅନୁସାରେ ଏହି ପ୍ରକ୍ରିୟାକୁ ଆଗାମୀ ସପ୍ତାହରେ ଇଂଷ୍ଟାଗ୍ରାମ ଭଳି ଅନ୍ୟ ଫେସବୁକ ପ୍ଲାଟଫର୍ମରେ ଲାଗୁ କରାଯିବ । ଏହା ବ୍ୟତୀତ ଆପଣଙ୍କୁ କହିରଖୁଛୁଯେ ମୋବାଇଲ ଡେଟିଂ ଆପ ଟିଣ୍ଡର ଏବଂ ବମ୍ବଲକୁ ମୁକାବିଲା କରିବା ପାଇଁ ଫେସବୁକ ତାହାର ଡେଟିଂ ପ୍ରୋଜେକ୍ଟର ଆନ୍ତରିକ ରୂପରେ କର୍ମଚାରୀଙ୍କ ମଧ୍ୟରେ ଟେଷ୍ଟିଂ ଆରମ୍ଭ କରି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More