Only for Entertainment

ପୁଣି ସାମ୍ନାକୁ ଆସିଲା ଦୁଇ ସୁପରଷ୍ଟାରଙ୍କ ଲଢେଇ !

YouTube
0 44

ବଲିଉଡ ତାରକାଙ୍କ ମଧ୍ୟରେ ମନୋମାଳିନ୍ୟ କିଛି ନୂଆ କଥା ନୁହେଁ । କିଛି ଦିନ ବ୍ୟବଧାନ ପରେ ଦୁଇ ଅଭିନେତାଙ୍କ ଝଗଡାକୁ ନେଇ ବଲିଉଡରେ ଚାଲିଛି ଚର୍ଚ୍ଚା । ଦୁଇ ବରିଷ୍ଠ ଅଭିନେତା ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ଝଗଡା ସାମ୍ନାକୁ ଆସିଛି । କିଛି ଦିନ ପୂର୍ବେ ଗୋଆ ଫିଲ୍ମ ଫେଷ୍ଟିଭାଲରେ ଦୁଇ ଜଣଙ୍କର ଦେଖାହୋଇଥିଲା । କିନ୍ତୁ ସଲମାନ ଅକ୍ଷୟଙ୍କୁ ଦେଖିବା ମାତ୍ରେ ଆଭଏଡ କରିଥିଲେ । ଆଉ ଏହା ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କ ନଜରରେ ପଡିଥିଲା ।

ସୂଚନା ଅନୁସାରେ,ଦୁଇ ଜଣଙ୍କର ମନୋମାଳିନ୍ୟର କାରଣ ବହୁ ପୁରୁଣା । ଏହି ଝଗଡାର କେନ୍ଦ୍ର ବିନ୍ଦୁ ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜର ରେଶମା ଶେଟ୍ଟୀ । ସଲମାନଙ୍କ କାମ ଛାଡିବା ପରେ ରେଶମା ଅକ୍ଷୟ କୁମାରଙ୍କ କାମ ସମ୍ଭାଳୁଥିଲେ । ଏପରି କି ବିଗ ବସର ହୋଷ୍ଟ ଭାବେ ଅକ୍ଷୟଙ୍କୁ ମନୋନୀତ କରିବା ପାଇଁ ପୂରା ଚେଷ୍ଟା ଚଳାଇଥିଲେ ରେଶମା । କିନ୍ତୁ ଏହା ସଂବଭ ହୋଇପାରିଲା ନାହିଁ । ଏହାକୁ ନେଇ ଦୁଇ ଜଣଙ୍କ ଭିତରେ ମନୋମାଳିନ୍ୟ ହେବା ସ୍ୱାଭାବିକ ।

କରଣ ଜୋହର ଓ ସଲମାନ ଖାନ ‘କେସରୀ’ ନାମକ ଏକ ଫିଲ୍ମକୁ ପ୍ରଡ୍ୟୁସ କରିବାର ଥିଲା । କିନ୍ତୁ ଏହି ପ୍ରୋଜେକ୍ଟରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିବାରୁ ସଲମାନ ଏଥିରୁ ବାହାରି ଯାଇଥିଲେ । ଏମିତି ନୁହେଁ ଯେ ସଲମାନ ଓ ଅକ୍ଷୟଙ୍କୁ ଏକା ସହ ଦେଖିବାକୁ ମିଳେ ନାହିଁ । ଅନେକ ସମୟରେ ଦୁଇ ଜଣଙ୍କର ବନ୍ଧୁତ୍ୱ ଦେଖିବାକୁ ମିଳେ । କିନ୍ତୁ ବର୍ତମାନ ଦୁଇ ଜଣଙ୍କ ସମ୍ପର୍କ ଭଲ ନଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More