Only for Entertainment

ତାଜା ଅନୁଭବ ପାଇଁ ଆପଣାନ୍ତୁ ଏହି ଉପାୟ ।

Delirious Ideas
0 27

ଅନେକ ଲୋକ କହନ୍ତି ଯେ ସେମାନଙ୍କ ମନ ଭଲ ରହୁ ନାହିଁ। ଶରୀରରେ କାମ କରିବାର ସ୍ପୃହା ଆସୁ ନାହିଁ। ଫୂର୍ତ୍ତି ଲାଗୁ ନାହିଁ। ମନ ଓ ଶରୀର ଅସନ୍ତୁଳିତ ହେଉଛି। ଏଭଳି ପରିସ୍ଥିତିରେ ଆପଣ କ’ଣ କରିବେ କିଛି ଠିକ୍‌ କରିପାରୁନାହାନ୍ତି।

ଏଥିପାଇଁ ସବୁଠାରୁ ଭଲ ଉପାୟ ହେଲା କୁକ୍କୁଟାସନ କରିବା।ଏହି ଆସନରେ ଏକଦମ୍‌ କୁକୁଡା ଆକାରର ହୋଇଥାଏ। ଏହି ଆସନ କରିବା ଲାଗି ସର୍ବପ୍ରଥମେ ତଳେ ବସି ନିଜର ଡାହାଣ ପାଦକୁ ବାମ ଜଂଙ୍ଘ ଆଡକୁ ଟାଣି ଓ ବାମ ପାଦକୁ ଡାହାଣ ପଟକୁ ଟାଣି ରଖନ୍ତୁ। ଏହାପରେ ଦୁଇଟି ହାତ ପାପୁଲିକୁ ପାଦ ମଝିରେ ରଖନ୍ତୁ ଓ ସେହି ଦୁଇ ହାତ ଉପରେ ଶରୀରର ସଂପୂର୍ଣ୍ଣ ଭାର ନେଇ ଭୂମିରୁ ଉଠାନ୍ତୁ। ଏହି ଅବସ୍ଥାରେ ପ୍ରାୟ ଅଧ ମିନିଟ୍‌ ଯାଏଁ ରହନ୍ତୁ। ତ’ପରେ ପୁଣି ସାଧାରଣ ସ୍ଥିତିକୁ ଆସିଯାଅନ୍ତୁ। ଏହି ପରି ୪-୫ ଥର କରନ୍ତୁ।

ଏହାକୁ  କୁକୁଟ୍ଟାସନ ବୋଲି କୁହାଯାଇଥାଏ। ଏହି ଆସନର ପ୍ରୟୋଗ କରିଲେ,ବାହୁ,କାନ୍ଧ,କୋହଣି,ଛାତି ଆଦି ମଜଭୁତ ରହେ। ଶରୀର ଓ ମନ ସନ୍ତୁଳିତ ମଧ୍ୟ ରହିଥାଏ। ଖାଲି ସେତିକି ନୁହେଁ,ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗରୁ ମଧ୍ୟ ଏହି ଆସନ ମନୁଷ୍ୟକୁ ରକ୍ଷା କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More