Only for Entertainment

ବଦଳି ଯିବ ଖାଇବା ଜିନିଷର ପ୍ୟାକିଂ ସିଷ୍ଟମ, ସ୍ୱାସ୍ଥ୍ୟକୁ ନଜରରେ ରଖି ଲାଗୁ ହେବ ଏହି ନିୟମ

Zee News
20

ହୋଇପାରେ ଆପଣ କୌଣସି ଖାଇବା ଜିନିଷ କିଣିବା ପାଇଁ ଦେକାନକୁ ଯାଉଛନ୍ତି ଏବଂ ଏହାର ପ୍ୟାକେଜିଂ ପୂର୍ବ ଠାରୁ ସମ୍ପର୍ଣ୍ଣ ଭିନ୍ନ ହୋଇଯାଇଛି । ଏପରି ସ୍ଥିତିରେ ଆପଣ ଆଶ୍ଚର୍ଯ୍ୟ ହେବ ସ୍ୱଭାବିକ । ତେବେ ଏହାକୁ ନେଇ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଆଜ୍ଞା ହଁ, ଖୁବ ଶୀଘ୍ର ଫୁଡ ପ୍ୟାକେଜିଂକୁ ନେଇ ନୂଆ ନିୟମ ଆସିବାକୁ ଯାଉଛି । ଖବର ଅନୁସାରେ ଏଫଏସଏସଏଆଇ ଏହାକୁ ନେଇ ଚଳିତ ସପ୍ତାହରେ ନେଟିଫିକେସନ ଜାରି କରି ପାରନ୍ତି । ନୂଆ ନିୟମ ଲାଗୁ ହେବା ପରେ ଖାଇବା ପିଇବାର କ୍ୟାକେଜିଂ ପୂରା ବଦଳି ଯିବ ।

ଚଳିତ ନିୟମ ଅନୁସାରେ ଖାଦ୍ୟ ପ୍ୟାକଂ କରିବା ପାଇଁ ଆଲୁମିନିୟମ, ବ୍ରାସ, କପର, ପ୍ଲାଷ୍ଟିକ ଏବଂ ଟିଣର ବ୍ୟବହାର କରାଯାଇଥାଏ । କିନ୍ତୁ ଏବେ ଶରୀରକୁ କ୍ଷତି ପହଁଚାଉଥିବା ଜିନିଷରେ ଏବେ ଖାଦ୍ୟ ପ୍ୟାକ କରାଯିବ ନାହଁ । ଲୋକଙ୍କ ସ୍ୱାସ୍ଥ୍ୟକୁ ନିଜରରେ ରଖି ଏଫଏସଏସଆଇ ଏହି ନିର୍ଣ୍ଣୟ ନେଇଛନ୍ତି । ଖାଦ୍ୟ ପ୍ୟାକ କରାଯିବା ଜିନିଷରେ ଖଣିଜର ମାତ୍ର କମ ବ୍ୟବହାର କରାଯିବ ଯାହା ଶରୀରକୁକ୍ଷତି ପହଁଚାଇବ ନାହିଁ । ଏହା ସହିତ ରି-ସାଇକେଲ ହୋଇଥିବା ପ୍ଲାଷ୍ଟିକରେ ଖାଦ୍ୟ ପ୍ୟାକ କରାଯିବ ନାହିଁ ।

food

ଏଫଏସଏସଆଇର ଏହି ଫୁଡ କ୍ୟାକେଜିଂକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ୟାକେଜିଂ, ଲେବଲିଂ ଏବଂ କ୍ଲେମ ଆଣ୍ଡ ଆଡଭରଜାଇଜମେଣ୍ଟ । ଏଥିମଧ୍ୟରୁ ଏବେ ପ୍ୟାକେଜିଂର ନିୟମ ଆସିବାକୁ ଯାଉଛି । ନୂଆ ନିୟମ ଅନୁସାରେ ଲେଖାଯାଇଛି ଯେ, ଖାଦ୍ୟ ପ୍ୟାକ କରାଯାଉଥିବା ଜିନିଷରେ ଖଣିଜର ମାତ୍ରା ରହିବ । ଖାଦ୍ୟ ପାନୀୟର କୌଣସି ସାମଗ୍ରୀ ଏପରି ଜିନିଷରେ ପ୍ୟାକ କରାଯିବ ନାହିଁ ଯାହା ଶରୀରକୁ କ୍ଷତି ପହଁଚାଇବନାହିଁ । ଏହା ସହିତ ନୂଆ ନିୟମ ଅନୁସାରେ ମଲ୍ଟି ଲେୟାର ପ୍ୟାକେଜିଂ କରାଯିବ ଯେପରି ଖ୍ୟାଦ୍ୟ ପ୍ୟାକେଟରେ ନଲାଗିବ । ନ୍ୟୁଜ ପେପର ଏବଂ କୌଣସି ଲେଖା ହୋଇଥିବା ସାମଗରୀରେ ଖାଦ୍ୟକୁ ପ୍ୟାକ କରାଯିବ ନାହିଁ ।

ଏହା ସହିତ ଶସ୍ତା ଏବଂ ନିମ୍ନ ମାନର ଉତ୍ପାଦରେ ଖାଦ୍ୟ ପ୍ୟାକ କରାଯିବ ନାହିଁ । ମିନେରାଲ ୱାଟର କିମ୍ବା କୌଣସି ପାନୀୟ ଜିନିଷ ଟ୍ରାନ୍ସପରେଣ୍ଟ କଲରଲେସ ଡବାରେ ହିଁ ପ୍ୟାକ କରାଯିବ । ଅନୁମାନ କରାଯାଉଛି ଯେ, ୨୦୨୦ ପର୍ଯ୍ୟନ୍ତ ଭାରତରେ ଫୁଡ ମାର୍କେଟ ୧୮ ବିଲିୟନ ଡଲାର ହେବ । ୨୦୧୬ରେ ଏହା ୧୨ ଅରବ ଡଲାରରେ ଥିଲା । ଏହା ସହିତ ଏଫ ଅଏସଏସଏଆଇ ଅନୁସାରେ ଏହି ପ୍ରକ୍ରିୟା ଦ୍ୱାରା ଖାଦ୍ୟ ନଷ୍ଟକୁ ମଧ୍ୟ ରଖାଯାଇପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More