Only for Entertainment

ପିମ୍ପୁଡ଼ି ଠାରୁ କିଭଳି ପାଇବେ ମୁକ୍ତି,ଆପଣାନ୍ତୁ କିଛି ଟିପ୍ସ ।

The Spruce
0 65

ମୌସୁମୀ ଆସିଲେ ବର୍ଷା ଆସିବା ସହ ଅନେକ ପ୍ରକାରର ସମସ୍ୟା ମଧ୍ୟ ତା’ସହ ଆସିଥାଏ । ବର୍ଷାଦିନେ ଅନେକ ଶାରୀରିକ ସମସ୍ୟା ଉପୁଜୁଥିବା ବେଳେ ଘରେ ପିମ୍ପୁଡ଼ି ଅଧିକ ସଂଖ୍ୟାରେ ଦେଖାଯାଆନ୍ତି । ଏହି ଦିନ ଘରର ପ୍ରତି କୋଣରେ ପିମ୍ପୁଡ଼ି ହେଉଥିବାର ଆପଣ ଦେଖୁଥିବେ ନିଶ୍ଚୟ । ଖାସ୍‌ କରି ରୋଷେଇ ଘରେ ପିମ୍ପୁଡ଼ିର ଆତଙ୍କ ଅଧିକ ରହିଥାଏ । ତେବେ ବର୍ଷାଦିନେ ହେଉଥିବା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଏହି ସବୁ ଘରୋଇ ଉପାୟ ଆପଣାଇ ପାରିବେ ।

 

୧. ପିମ୍ପୁଡ଼ିକୁ ଯେଉଁଭଳି ଭାବରେ ମିଠାର ସୁଗନ୍ଧ ନିଜ ଆଡ଼କୁ ଆକର୍ଷିତ କରିଥାଏ ସେଭଳି ଭାବରେ ଲେମ୍ବୁର ଗନ୍ଧ ସେମାନଙ୍କୁ ଭଲ ଲାଗି ନ ଥାଏ । ବର୍ଷାଦିନ ହେଉ ବା ଖରା ଦିନ ପିମ୍ପୁଡ଼ି ହେଉଥିଲେ ଘରେ ଲେମ୍ବୁର ଚୋପା ରଖନ୍ତୁ । କିଛି ଦିନ ପରେ ଦେଖିବେ ପିମ୍ପୁଡ଼ି ଆପଣଙ୍କ ଘର ଛାଡ଼ି ଚାଲିଯିବେ ।

୨.ଏକ ପାତ୍ରରେ ଭିନେଗାର ଏବଂ ପାଣିକୁ ସମାନ ପରିମାଣରେ ମିଶାନ୍ତୁ । ଏହା ପରେ ଯେଉଁବାଟ ଦେଇ ପିମ୍ପୁଡ଼ିମାନେ ଘରକୁ ପ୍ରବେଶ କରୁଛନ୍ତି ସେଠାରେ ଏହି ମିଶ୍ରଣରେ ଏକ କପଡ଼ା ବୁଡ଼ାଇ ପୋଛା ମାରନ୍ତୁ। ଏପରି କରିବା ଦ୍ୱାରା ଫର୍‌ମୋନ୍ସ ସଫା ହୋଇଯିବ ଏବଂ ପିମ୍ପୁଡ଼ିମାନେ ଭିତରକୁ ଆସିବାର ବାଟ ଭୁଲିଯିବେ ।

 

୩. ତେଜପତ୍ରକୁ ଜଳାଇ ଏହାର ଧୁଆଁ ସବୁ ଘରେ ବୁଲାନ୍ତୁ । ଏପରି କରିବା ଦ୍ୱାରା ତେଜପତ୍ର ଧୁଆଁର ବାସ୍ନାରେ ପିମ୍ପୁଡ଼ି ଘରକୁ ପ୍ରବେଶ କରିବେ ନାହିଁ ।

୪.ଘରେ ଯେଉଁଠି ବି ପିମ୍ପୁଡ଼ିର ଧାର ଆପଣମାନେ ଦେଖିବାକୁ ପାଉଛନ୍ତି ସେଠାରେ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । କିଛି ସମୟରେ ପରେ ଦେଖିବେ ସେଠାରୁ ପିମ୍ପୁଡ଼ି ଚାଲିଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More