Only for Entertainment

ଦାନ୍ତବିନ୍ଧାରୁ ମୁକ୍ତିଦିଏ ଲବଙ୍ଗ ।

youtube
22

ଲବଙ୍ଗରେ ଏଣ୍ଟିସେପ୍ଟିକ, ଏଣ୍ଟି-ଫଙ୍ଗଲ ଓ ଏଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ଏହା ଦାନ୍ତ ବିନ୍ଧାରୁ ମୁକ୍ତି ଦେଇଥାଏ। ଲବଙ୍ଗରେ ଏନେସ୍ଥେଟିକ ଓ ଏଣ୍ଟିସେପ୍ଟିକ ଗୁଣ ରହିଥିବାରୁ ତାହା ଦାନ୍ତ ପାଇଁ ଲାଭଦାୟକ ହୋଇଥାଏ। ଏହାସହ ଲବଙ୍ଗରେ ଥିବା ଏଣ୍ଟି-ଏଲର୍ଜିକ ଗୁଣ ଥିବାରୁ ତାହା ଦାନ୍ତ ସଂକ୍ରମଣରୁ ରକ୍ଷା କରିଥାଏ। ଲବଙ୍ଗରେ ଥିବା ପୋଷକ ତତ୍ତ୍ବ ଦାନ୍ତର ଅନ୍ୟ ସମସ୍ୟା ଠାରୁ ମୁକ୍ତି ଦେଇଥାଏ।

ଦୁଇ ତିନୋଟି ଲବଙ୍ଗ ନେଇ ତାହାକୁ ବିନ୍ଧୁ ଥିବା ଦାନ୍ତ ନିକଟରେ ରଖନ୍ତୁ। କିଛି ସମୟ ପରେ ଲବଙ୍ଗଟି ନରମ ହୋଇଯିବ। ତାପରେ ତାକୁ ଚୋବାଇ ଦିଅନ୍ତୁ। ଏପରି କରିବା ଦ୍ବାରା ଲବଙ୍ଗ ରସ ଆପଣଙ୍କ ଦାନ୍ତ ନିକଟରେ ପହଞ୍ଚି ପାରିବ। ଏପରି କରିବା ଦ୍ବାରା ଦାନ୍ତ ବିନ୍ଧାରୁ ସହଜରେ ମୁକ୍ତି ପାଇପାରିବା।

ଲବଙ୍ଗକୁ ପାଟିରେ ପ୍ରାୟ ୨୦ମିନିଟ ପର୍ଯ୍ୟନ୍ତ ରଖିବା ଉଚିତ।

ଲବଙ୍ଗରେ ଏଣ୍ଟିଅକ୍ସାଇଡ ରହିଛି। ଏହାକୁ ଖାଇବା ଦ୍ବାର ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ।

ଲବଙ୍ଗ ଯକୃତକୁ ସୁସ୍ଥ ରଖିଥାଏ। ଏହା ଯକୃତରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ।

ଲବଙ୍ଗ ଇନସୁଲିନ ଓ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More