Only for Entertainment

ଆଂଠୁ ଗଂଠି ସମସ୍ୟାରୁ ମୁକ୍ତି ପାଇଁ କରନ୍ତୁ ଅଦାର ଏଭଳି ବ୍ୟବହାର ।

29

ବୟସ ବଢିବା ମାତ୍ରେ ଆଂଠୁ ଗଂଠିରେ ଯନ୍ତ୍ରଣା ଦେଖାଯିତବା ଆରମ୍ଭ ହୋଇଯାଏ । ତେଣୁ ଆପଣ ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରନ୍ତି କିନ୍ତୁ ଏଥିରେ ଆପଣଙ୍କୁ ସ୍ଥାୟୀ ସମାଧାନ ମିଳିନଥାଏ । ସମସ୍ୟା ବାରମ୍ବାର ଦେଖାଯାଏ । ଯେତେ ଔଷଧ ବ୍ୟବହାର କଲେ ମଧ୍ୟ ଘରୋଇ ଉପଚାରର ବେଶ ଉପାକରୀତା ରହିଛି । ଏହି ପଦ୍ଧତି ବହୁ ପୁରୁଣା । ଯଦି ସେଥିପ୍ରତି ଧ୍ୟାନ ଦିଆଯାଏ ତେବେ ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇପାରିବ । ତେଣୁ ଆଜି ଆସନ୍ତୁ ଜାଣିବା ସେହିଭଳି ଏକ ଘରୋଇ ଉପଚାର ବିଷୟରେ ଯାହା ଏଭଳି ଯନ୍ତ୍ରଣାରୁ ଉପଶମ ଦେଇପାରିବ ।

ଅଦା ରସରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦-୨୦ ମିଲିଲିଟର ଅଦା ରସରେ ଅଳ୍ପ ଗୁଡ଼ ମିଶାଇ ପିଅନ୍ତି ତେବେ ତାହା ଆଣ୍ଠୁଗଣ୍ଠି ଦରଦରୁ ଅନେକାଂଶରେ ଉପଶମ ଦେଇଥାଏ। ଅଦାରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ୍‌ ଏବଂ ମିନେରାଲ ଭରି ରହିଛି। ଆପଣ ଥଣ୍ଡାଜନିତ ସମସ୍ୟାରେ ପୀଡ଼ିତ କି ? ଯଦି ହଁ, ତେବେ ଅଦା ରସ, ମହୁ, ତୁଳସୀ ପତ୍ର ମିଶ୍ରିତ ଚା’ ପିଇଲେ ତାହା କେବଳ ଥଣ୍ଡା, ନାକରୁ ପାଣି ଗଡ଼ିବା, ମୁଣ୍ଡ ବିନ୍ଧିବା କମାଇବାରେ ସାହାଯ୍ୟ କରିଥାଏ। ନିୟମିତ ଅଦା ରସ ସେବନ କଲେ ତାହା ପାଚନକ୍ରିୟାକୁ ଆହୁରି ଦୃଢ଼ କରିଥାଏ। ତା’ ସହ ବଦହଜମି ସମସ୍ୟା ମଧ୍ୟ ଅନେକାଂଶରେ ଦୂର କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More