Only for Entertainment

ବାହାଘର ଘୁଞ୍ଚାଇବା ପାଇଁ ଝିଅମାନେ କରିଥାନ୍ତି ଏହି ସବୁ ବାହାନା !

IndiaFilings
48

ମାତା ପିତାଙ୍କ ପାଇଁ ନିଜ ଝିଅଙ୍କ ବାହାଘରଠାରୁ ବଡ଼ କିଛି ନାହିଁ। କିନ୍ତୁ ଆଜିକାଲିର ଝିଅଙ୍କ ପାଇଁ ନିଜ କ୍ୟାରିଅର ସବୁକିଛି ହୋଇଥାଏ। ଏପରିସ୍ଥଳେ ଝିଅମାନେ ନିଜ ବାହାଘରକୁ ଘୁଞ୍ଚାଇବା ଲାଗି ମାତା ପିତାଙ୍କଠାରେ ବିଭିନ୍ନ ପ୍ରକାରର ବାହାନା କରିଥାନ୍ତି। ଚାଲନ୍ତୁ ଜାଣିବା ଝିଅମାନଙ୍କ ଏପରି କେତେକ ଚତୁର ବାହାନା ସମ୍ପର୍କରେ। ଯାହା ସେମାନେ ନିଜ ବାହାଘର ପ୍ରସ୍ତାବ ଘୁଞ୍ଚାଇବା ଲାଗି କରିଥାନ୍ତି।

ପାଠ ପଢ଼ିବାର ଅଛି

ଆଜିକାଲିର ଝିଅମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରି ନିଜ ଗୋଡ଼ରେ ଠିଆ ହେବାକୁ ଚାହୁଛନ୍ତି। ତେଣୁ ବାହାଘରଠାରୁ ଦୂରେଇବା ଲାଗି ଝିଅମାନଙ୍କ ପ୍ରଥମ ବାହାନା ହେଉଛି ସେମାନେ ନିଜ ପାଠ ପଢ଼ା ସମାପ୍ତ କରିବାକୁ ଚାହାନ୍ତି।

କ୍ୟାରିଅର ଉପରେ ଧ୍ୟାନ

ଏହି ଆଧୁନିକ ଯୁଗରେ ପ୍ରତ୍ୟେକ ଝିଅ ନିଜ କାମ ଓ କ୍ୟାରିଅର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ତେଣୁ ନିଜ ନାମ ଉଜ୍ବଳ କରିବା ଲାଗି ଏବଂ ନିଜ ବାହାଘରରୁ ବଞ୍ଚିବା ଲାଗି ଝିଅମାନେ ଏହି ବାହାନା ମଧ୍ୟ କରିଥାନ୍ତି।

ନିଜ ପୂର୍ବ ପ୍ରେମିକଙ୍କୁ ଭୁଲି ନାହାଁନ୍ତି

କୌଣସି ବି ପୁଅ ଏଭଳି ଝିଅଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହେବେ ନାହିଁ, ଯିଏ ବର୍ତ୍ତମାନ ମଧ୍ୟ ନିଜ ପୂର୍ବ ପ୍ରେମିକଙ୍କୁ ପ୍ରେମ କରୁଛନ୍ତି। ଏପରିସ୍ଥଳେ ପୁଅ ନିଜେ ଏହି ବାହାଘରକୁ ମନା କରି ଦିଅନ୍ତି। ଝିଅଙ୍କୁ ବେଶୀ କିଛି କରିବାକୁ ପଡ଼ି ନ ଥାଏ।

ପ୍ରଥମେ ନିଜ ଗୋଡ଼ରେ ଠିଆ ହେବାକୁ ଚାହାଁନ୍ତି

ଝିଅମାନେ ନିଜ ପରିବାରର ଦାୟିତ୍ବ ନେବାକୁ ଯାଇ ପ୍ରଥମେ ନିଜ ଗୋଡ଼ରେ ଠିଆ ହେବାକୁ ଚାହାନ୍ତି। ତେଣୁ ବାହାଘରଠାରୁ ଦୂରେଇ ରହିବାକୁ ଝିଅମାନେ ଏହି ବାହାନାକୁ ବ୍ୟବହାର କରନ୍ତି।

ଉପଯୁକ୍ତ ବ୍ୟକ୍ତି ମିଳି ନାହାଁନ୍ତି

ପ୍ରତ୍ୟେକ ଝିଅ ଏକ ଉପଯୁକ୍ତ ଜୀବନସାଥୀ ଖୋଜିଥାନ୍ତି। ପ୍ରତ୍ୟେକ ଝିଅ ଜଣେ ବିଶ୍ବାସୀ, ସ୍ନେହୀ ଏବଂ ଯତ୍ନବାନ ପତି ଚାହିଥାନ୍ତି। ତେଣୁ ବୁଦ୍ଧିମାନ ଝିଅ ବାହାଘରରୁ ବଞ୍ଚିବା ଲାଗି ସାଧାରଣତଃ ଏହି ବାହାନା କରିଥାନ୍ତି ଯେ ସେମାନଙ୍କୁ ପରଫେକ୍ଟ ଲାଇଫ୍‌ ପାର୍ଟନର ମିଳିନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More