Only for Entertainment

ଅକ୍ଷୟଙ୍କ ଫିଲ୍ମ ରଚିଲା ଇତିହାସ, ସାଉଦୀ ଆରବରେ ରିଲିଜ ହୋଇଥିବା ପ୍ରଥମ ବଲିଉଡ ଫିଲ୍ମ ହେଲା ‘ଗୋଲ୍ଡ’ ।

zeenews
0 24

ଅଭିନେତା ଅକ୍ଷୟ କୁମାରଙ୍କ ସ୍ପୋଟର୍ସ ଡ୍ରାମା ଫିଲ୍ମ ‘ଗୋଲ୍ଡ’ ଭାରତୀୟ ବଜାରରେ ଦମଦାର ବିଜନେସ କରିଛି । ଅକ୍ଷୟଙ୍କ ଏହି ଫିଲ୍ମ ଏବେ ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଛି । ଫିଲ୍ମ ଏବେ ମଧ୍ୟ ଭଲ ଭାବେ ଆଗେଇ ଚାଲିଛି । ଅକ୍ଷୟଙ୍କ ଏହି ଫିଲ୍ମ କ୍ରିଟିକ୍ସଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି । ଏବେ ଫିଲ୍ମ ‘ଗୋଲ୍ଡ’ ନାମରେ ଆଉ ଏକ ଉପଲବ୍ଧି ଯୋଡି ହୋଇଯାଇଛି । ଅକ୍ଷୟଙ୍କ ଏହି ଫିଲ୍ମ ସାଉଦୀ ଆରବରେ ରିଲିଜ ହୋଇଥିବା ପ୍ରଥମ ବଲିଉଡ ଫିଲ୍ମର ମାନ୍ୟତା ପାଇଛି ।

୩୦ ଅଗଷ୍ଟରେ ଏହି ଫିଲ୍ମକୁ ସାଉଦୀ ଆରବରେ ରିଲିଜ କରାଯାଇଛି । ଏହାର ସୂଚନା ଖୋଦ ଅକ୍ଷୟ କୁମାର ଟ୍ୱିଟ କରି ଜଣାଇଥିଲେ । ଅକ୍ଷୟ ଟ୍ୱିଟ କରି ଲେଖିଥିଲେ, ଭାରତର ପ୍ରଥମ ଗୋଲ୍ଡ ମେଡାଲ ଜିତିବା କାହାଣୀକୁ ପ୍ରଥମ ଥର ପାଇଁ ସାଉଦୀ ଆରବରେ ପ୍ରଦର୍ଶୀତ କରାଯିବ । ଏହା ସେୟାର କରି ମୁଁ ଖୁସି ଯେ ‘ଗୋଲ୍ଡ’ ସାଉଦୀ ଆରବରେ ରିଲିଜ ହୋଇଥିବା ପ୍ରଥମ ବଲିଉଡ ଫିଲ୍ମ ।


ଗୋଲ୍ଡ ପୂର୍ବରୁ ସାଉଦୀ ଆରବରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘କାଲା’ ରିଲିଜ ହୋଇଥିଲା । ‘କାଲା’ ସାଉଦୀ ଆରବରେ ରିଲିଜ ହୋଇଥିବା ପ୍ରଥମ ଭାରତୀୟ ଫିଲ୍ମ । ଏହି ଫିଲ୍ମ ଭାରତରେ ତାମିଲ, ତେଲଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ କରାଯାଇଥିଲା । ତବେ ସାଉଦୀ ଆରବରେ ୩୫ ବର୍ଷରୁ ସିନେମାରେ ଲାଗିଥିବା ବ୍ୟାନ ହଟିବା ପରେ ‘କାଲା’ ରିଲିଜ ହୋଇଥିଲା । ତେବେ ବ୍ୟାନ ହଟିବା ପରେ ପ୍ରଥମଥର ପାଇଁ ହଲିଉଡ ଫିଲ୍ମ ‘ବ୍ଲାକ ପାନ୍ଥର’ ସାଉଦୀ ଆରବରେ ରିଲିଜ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More