Only for Entertainment

ନ୍ୟୁଜଲାଣ୍ଡର ଏହି ଗାଁରେ ବ୍ୟାନ ହୋଇଯିବେ ବିଲେଇ, ରହସ୍ୟ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ !

khabarNDTV
0 41

କୁକୁର ଏବଂ ବିଲେଇ ସମସ୍ତଙ୍କୁ ପସନ୍ଦ , ଏମାନଙ୍କୁ ଘରେ ଘରେ ଲୋକେ ପୋଷା ମାନି ଥାଆନ୍ତି । କିନ୍ତୁ ନ୍ୟୁଜଲାଣ୍ଡର ଏକ ଗାଁରେ ଏବେ ଶୁଣିବାକୁ ମିଳିଛି ଯେ ବିଲେଇ ବ୍ୟାନ ହେବାକୁ ଯାଉଛନ୍ତି । ଏହା ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଁର ନାଁ ଓମାଉୟି । ଏଠାରେ ଏବେ ବିଲେଇ ମାନଙ୍କୁ ବ୍ୟାନ କରାଯିବାର ଯୋଜନା ଚାଲିଛି । କିନ୍ତୁ ଯେଉଁମାନଙ୍କ ପାଖରେ ଆଗରୁ ବିଲେଇ ଅଛନ୍ତି ସେମାନେ ରଖି ପାରିବେ । କିନ୍ତୁ ସେମାନଙ୍କ ମୃତ୍ୟୁ ପରେ ବିଲେଇଙ୍କୁ ପାଳିବା କଷ୍ଟକର ହୋଇ ପଡିବ । ଏହି ଗାଁରେ ପାଖା ପାଖି ୩୫ଜଣ ଲୋକ ୭ରୁ୮ଟି ବିଲେଇ ପାଳନ କରିଛନ୍ତି ।

ଏଠାରେ ବିଲେଇ ମାନଙ୍କୁ ବ୍ୟାନ କରାଯିବ କାରଣ ଲୋକ ଅନୁମାନ କରୁଛନ୍ତି ଯେ ଏଠାକାର ବିଲେଇ ଅନ୍ୟ ପକ୍ଷୀ ମାନଙ୍କୁ ଖାଇ ଯାଉଛନ୍ତି । ଏଭଳି କି ପକ୍ଷୀଙ୍କ ସଂଖ୍ୟା ଲୋପ ହେବାରେ ଲାଗିଲାଣି । ଏଭଳି ଶୁଣିବାକୁ ମିଳିଛି ଯେ ଏଠାରେ ଏକ ପ୍ରକାର ପକ୍ଷୀ ଦେଖା ଯାଆନ୍ତି ଯାହା ଅନ୍ୟ କୌଣସି ସ୍ଥାନରେ ଦେଖାଯାଆନ୍ତି । ମାତ୍ର ଏମାନଙ୍କ ସଂଖ୍ୟା କମି ଗଲାଣି ।

ଏହିକାରଣରୁ ଏଠାରେ ବିଲେଇଙ୍କୁ ବ୍ୟାନ କରିବାର ଯୋଜନା ଚାଲିଛି । ଗାଁରେ ରହୁଥିବା ନିକୋ ଜାର୍ବିସଙ୍କ କହିବା ମୁତାବକ ସେ ଏହି ଗାଁରେ ଏକା ରୁହନ୍ତି ଏହି କାରଣରୁ ସେ ଅନେକ ବିଲେଇଙ୍କ ସହ ବାସ କରନ୍ତି । ଯଦି ବିଲେଇ ନ ରହିବେ ତେବେ ସେ ମଧ୍ୟ ଏଠାରେ ରହିବେ ନାହିଁ ବୋଲି କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ନ୍ୟୁଜଲାଣ୍ଡ ଭିନ୍ନ ପ୍ରକାରର ଅନେକ ପକ୍ଷୀ ଦେଖା ଯାଆନ୍ତି । ଏଠାରେ ୪ହଜାରରୁ ଅଧିକ କ୍ଷତି ପହଂଚାଉ ନଥିବା ପ୍ରାଣୀ ଅଛନ୍ତି । ଏକ୍ସପର୍ଟଙ୍କ କହିବା ମୁତାବକ ଏଠାରେ ବିରଳ ପ୍ରଜାତିିର ପକ୍ଷୀ ଦେଖିବାକୁ ମିଳନ୍ତି ଯାହା ଅନ୍ୟ କୌଣସି ସ୍ଥାନରେ ନଜର ଆସନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More