Only for Entertainment

ରାସ୍ତା ମଝିରେ ମନ୍ଦିର ଦେଖି ପ୍ରାର୍ଥନା କରିବାକୁ ଲାଗିଲେ ମହିଳା, ସେହିସମୟରେ ଆସିଲା ଟ୍ରକ , ଆଉ ତାପରେ….. !

49

ଗୁଜୁରାଟର ସୁରଟରେ ଘଟିଛି ଏଭଳି କାଣ୍ଡ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି । ଏକ ମହିଳା ରାସ୍ତା ମଝିରେ ମନ୍ଦିର ସାମ୍ନାରେ ଛିଡା ହୋଇ ପ୍ରାର୍ଥନା କରୁଥିଲେ , ଏହି ସମୟରେ ଗୋଟିଏ ଅଳିଆଗଦା ଗାଡି ଆସି ତାଙ୍କୁ ଚାପି ଦେଇଥିଲା । ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମାତ୍ର ଏହି ଦୁର୍ଘଟଣାରେ ମହିଳା ଜଣକ ବଂଚି ଯାଇଛନ୍ତି । ସିସିଟିଭିରେ ଏହି ଘଟଣା କ୍ୟାପଚର ହୋଇଥିଲା ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ରବିବାର ସକାଳରେ ୫୫ବର୍ଷୀୟା ରମୀଲା ସୋଲଙ୍କି ରାସ୍ତାରେ ଯାଉଥିଲା । ଏହି ସମୟରେ ତାଙ୍କୁ ସାଇ ମନ୍ଦିର ନଜର ଆସିଥିଲା । ସେ ସେଠାରେ ଅଟକି ପ୍ରାର୍ଥନା କରିବାକୁ ଲାଗିଥିଲେ । ଏହିସମୟରେ ମହିଳା ଜଣକଙ୍କ ସହ ଘଟିଥିଲା ଏଭଳି ଘଟଣା । ମହିଳାଙ୍କୁ ଗାଡି ତଳେ ପଡିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ବଂଚାଇଥିଲେ । ଏହି ଭିଡିଓକୁ ଭାଇରାଲ ପ୍ରେସ ଶେୟାର କରିଥିଲେ । ଯାହାକୁ ଖୁବ ଶେୟାର କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More