Only for Entertainment

୫୦୦ ବର୍ଷ ପୂର୍ବରୁ ନିଜେ ଗୁରୁ ନାନକ କରିଥିଲେ ଏହି ଗୁରୁଦ୍ୱାରର ସ୍ଥାପନା ।

aajtak
0 38

ବାହେ ଗୁରୁ ଜୀ ଦା ଖାଲସା, ବାହେ ଗୁରୁଜୀ ଦୀ ଫତେହୀ,ଜୋ ବୋଲେ ସୋ ନିହାଲ,ସତଶ୍ରୀ ଅକାଲ । ଏହିଭଳି କିଛି ନାରା ଆଜିକାଲି ପ୍ରତ୍ୟେକ ଗୁରୁଦ୍ୱାରରେ ଶୁଣାଯାଉଛି । ପ୍ରତ୍ୟେକ ଗୁରୁଦ୍ୱାରରେ ଗୁରୁ ନାନକଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି କରାଯାଉଛି । ଏମିତି ତ ପ୍ରତ୍ୟେକ ଗୁରୁଦ୍ୱାର ଖୁବ ଖାସ,କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଗୁରୁଦ୍ୱାର ବିଷୟରେ କହିବୁ ଯାହାର ସ୍ଥାପନା ନିଜେ ଗୁରୁ ନାନକ କରିଥିଲେ । ଯେତେବେଳେ ଗୁରୁ ନାନକ ପ୍ରଥମ ଥର ୧୫୦୫ରେ ଦିଲ୍ଲୀ ଆସିଥିଲେ ସେହି ସମୟରେ ସେ ଏହି ଗୁରୁଦ୍ୱାରର ସ୍ଥାପନା କରିଥିଲେ । ତେଣୁ ଏହି ଗୁରୁଦ୍ୱାର ଶିଖ ସମ୍ପ୍ରଦାୟ ପାଇଁ ଖାସ ମହତ୍ତ୍ୱ ରଖିଥାଏ । କୁହାଯାଏ ଏହା ଖୁବ ପାଚୀନ ଗୁରୁଦ୍ୱାର ଏବଂ ଦିଲ୍ଲୀର ପ୍ରଥମ ଗୁରୁଦ୍ୱାର ।

ଏହି ଗୁରୁଦ୍ୱାରର ନାମ ହେଉଛି ନାନକ ପ୍ୟାଉ ଗୁରୁଦ୍ୱାରା । ଆପଣ ମଧ୍ୟ ଭାବୁଥିବେଯେ ଏଭଳି ନାମକରଣ କରାଯାଇଥିବାର କାରଣ କ’ଣ । ଯେତେବେଳେ ଗୁରୁ ନାନକ ପ୍ରଥମ ଥର ଦିଲ୍ଲୀ ଆସିଥିଲେ ଏହି ସ୍ଥାନରେ ରହିଥିଲେ । ଆଜି ଏହି ସ୍ଥାନ ଜିଟି କରନାଲ ରୋଡ଼ ନାମରେ ଜଣାଶୁଣା । କୁହାଯାଏ ସେହି ସମୟରେ ଏହି ସ୍ଥାନରେ ପାଣି ମଧ୍ୟ ପିଇବାକୁ ମିଳୁନଥିଲା । କେବଳ କ୍ଷାରୀୟ ଜଳ ମିଳୁଥିଲା । ଏଥିପାଇଁ ଲୋକ ଚିନ୍ତିତ ହୋଇ ଯାଇଥିଲେ । ପିଲାମାନଙ୍କ ଶରୀର ଅସୁସ୍ଥ ହୋଇ ପଡ଼ୁଥିଲା । ଯାହାପରେ ଗୁରୁନାନକ ନିଜ ଶକ୍ତି ଏବଂ ଦୃଷ୍ଟିରେ ଏଠାରୁ ମିଠା ଜଳ ବାହାର କରିଥିଲେ । ଏହାପରେ ସେଠାରେ ରହୁଥିବା ସମସ୍ତ ବ୍ୟକ୍ତି ସେହି ଜଳକୁ ପାନ କଲେ ଏବଂ ରୋଗ କବଳରୁ ରକ୍ଷା ପାଇଲେ । ଆଜି ମଧ୍ୟ ସେହି ସ୍ଥାନରେ ଏକ ମାଠିଆ ରହିଛି । ତେଣୁ ସେହି ସ୍ଥାନର ନାମ ନାନକ ପ୍ୟାଉ ଗୁରୁଦ୍ୱାର ରଖାଯାଇଛି । କୁହାଯାଏ ସାରା ଦେଶରୁ ଲୋକ ଏଠାକୁ ଆସନ୍ତି ଏବଂ ଏଠାର ଜଳ ପିିଇ ଯାଆନ୍ତି । ଯାହାପରେ ସେମାନଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ । ପ୍ରତିଦିନ ଏଠାରେ ହଜାରେ ଲୋକ ଖାଦ୍ୟ ଖାଆନ୍ତି ଏବଂ କେହି ମଧ୍ୟ ଉପବାସରେ ଯାଆନ୍ତି ନାହିଁ । ୫୦୦ ବର୍ଷ ଧରି ଏହା ଚାଲି ଆସୁଛି ବୋଲି କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More