Only for Entertainment

ଶରୀର ପାଇଁ ବହୁ ଉପଯୋଗୀ ବୁଟ ଡାଲି !

45

ଶରୀର ପାଇଁ ଉପଯୋଗୀ ଅଟେ ବୁଟଡାଲି । ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ହେଲେ ମଧ୍ୟ ଶରୀର ପାଇଁ ମଧ୍ୟ ଖୁବ ହିତକର । ବୁଟ ଡାଲିକୁ ପ୍ରତି ଘରେ ଘରେ ବ୍ୟବହାର କରାଯାଏ । ୧୦୦ ଗ୍ରାମ ବୁଟ ଡାଲିରେ ୩୩ ହଜାର କ୍ୟାଲୋରୀ , ୧୧ ଗ୍ରାମ ଫାଇବର ଏବଂ ଭରପୁର ମାତ୍ରାରେ ପ୍ରୋଟିନ୍ ଥାଏ । ଏହି ଡାଲି ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟାମାନ ଦୂର ହୋଇଥାଏ । ଡାଇବେଟିସ୍: ବୁଟ ଡାଲିରେ ଗ୍ଲାଇସମିକ ଇଣ୍ଡେକ୍ସ ଥାଏ, ଯାହା ଡାଇବେଟିସ୍ କୁ ନିୟନ୍ତ୍ରଣରେ ରଖିଥାଏ । ଏହାସହିତ ରକ୍ତରେ ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ଶରୀରରେ ଗ୍ଲୁକୋଜ୍ ମାତ୍ରାକୁ କମ କରିବାରେ ସହାୟକ ହୋଇଥାଏ ।

ଫାଇବର ମାତ୍ରା: ବୁଟ ଡାଲିରେ ଫାଇବର ମାତ୍ରା ଅଧିକ ଥାଏ । ଏହି ଡାଲି ସେବନ କରିବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ । ଏହାଦ୍ୱାରା କୋଲେଷ୍ଟ୍ରଲ କମ ହୋଇଥାଏ । ଯାହାଦ୍ୱାରା କୋଷ୍ଟକାଠିନ୍ୟ ସମସ୍ୟା ଦୂର ହୁଏ ।

ଜଣ୍ଡିସରେ ଫାଇଦା: ଜଣ୍ଡିସରେ ବୁଟ ଡାଲି ସେବନ କଲେ ଖୁବ୍ ଫାଇଦା ହୋଇଥାଏ । ୧୦୦ ଗ୍ରାମ ବୁଟ ଡାଲିକୁ ୨ ଗ୍ଲାସ ପାଣିରେ କିଛି ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖିଦିଅନ୍ତୁ । ତାପରେ ଡାଲିକୁ ଛାଣି ଦେଇ ସେଥିରେ ଗୁଡ ମିଶାଇ ସେବନ କରନ୍ତୁ ।

ଆଇରନ ଅଭାବ ଦୂର: ଯଦି ଆପଣଙ୍କ ଶରୀରରେ ଆଇରନ ଅଭାବ ଦେଖାଦେଉଛି ତେବେ ବୁଟ ଡାଲି ସେବନ କରନ୍ତୁ । ଏଥିରେ ଫସଫରସ ଏବଂ ଆଇରନ୍ ନୂତନ ରକ୍ତକଣିକା ତିଆରି କରିବାରେ ସହାୟକ ହୋଇଥାଏ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More